ଓଡ଼ିଶାଲାଇଭ୍ ବ୍ୟୁରୋ

ଟିମ୍ ଇଣ୍ଡିଆର ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି ବିରାଟ କୋହଲି, ରୋହିତ ଶର୍ମା। ଗୁରୁବାର ବିସିସିଆର ଦ୍ୱାରା ଖେଳାଳିମାନଙ୍କର ବାର୍ଷିକ ଚୁକ୍ତି ତାଲିକା ଘୋଷଣା କରିଛି। ଏହି ଲିଷ୍ଟରେ ସବୁଠାରୁ ଆଗରେ ରହିଛନ୍ତି ହିଟ୍ ମ୍ୟାନ୍ ରୋହିତ ଶର୍ମା ଓ କ୍ୟାପଟେନ୍ କୋହଲି।

ବାର୍ଷିକ ଚୁକ୍ତି ତାଲିକାରେ ଗ୍ରେଡ୍ ଏ+ ଖେଳାଳିମାନଙ୍କୁ ବର୍ଷକୁ ୭ କୋଟି ଟଙ୍କା ପ୍ରଦାନ କରାଯାଇଥାଏ। ଏହି ଲିଷ୍ଟରେ ବର୍ତ୍ତମାନ କୋହଲି ଓ ରୋହିତ ସ୍ଥାନ ପାଇଛନ୍ତି। ତାଙ୍କ ସହ ଦ୍ରୁତ ବୋଲର ଜଶପ୍ରୀତ୍ ବୁମରା ମଧ୍ୟ ଗ୍ରେଡ୍ ଏ+ ଲିଷ୍ଟରେ ସାମିଲ୍ ହୋଇଛନ୍ତି।

ଏଥିସହିତ ଗ୍ରେଡ୍ ଏ, ବି, ସି ଖେଳାଳିମାନଙ୍କୁ ବିସିସିଆଇ ତରଫରୁ ବାର୍ଷିକ ୫ କୋଟି, ୩ କୋଟି ଓ ୧ କୋଟି ଟଙ୍କା ପ୍ରଦାନ କରାଯାଇଥାଏ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ଲିଷ୍ଟରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ସ୍ଥାନ ମିଳିନି।

Comment