ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଖାକିରେ ଲାଗିଲା ଦାଗ। ସିଆଇଏସ୍‌ଏଫ୍‌ କନଷ୍ଟେବଳଙ୍କ ନାଁରେ ସାଂଘାତିକ ଅଭିଯୋଗ। ସାଢ଼େ ୪ବର୍ଷର ଝିଅକୁ ଚକୋଲେଟ୍‌ ଦେବା ବାହାନାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାରେ। ଅଭିଯୋଗ ପରେ କନଷ୍ଟେବଳ ଏମ୍‌ କାଣ୍ଡାସ୍ଵାମୀଙ୍କୁ ଗିରଫ କରିଛି ପୋଲିସ।

ପଡ଼ୋଶୀ ଘରେ ରହୁଥିବା ଝିଅକୁ ଚକୋଲେଟ୍‌ ଦେବା ବାହାନାରେ ଏମ୍‌ କାଣ୍ଡାସ୍ଵାମୀ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପିଲାଟି ଏନେଇ ଘରେ କହିବା ପରେ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପରେ ପୋଲିସ ଏମ୍‌ କାଣ୍ଡାସ୍ଵାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗତ କିଛିଦିନ ତଳେ ପୁରୀ ଜିଲ୍ଲାରୁ ପୋଲିସ ନାଁରେ ଦୁଇ ଦୁଇଟି ଦୁଷ୍କର୍ମ ଅଭିଯୋଗ ଆସିଥିଲା। ପୁରୀ ପୋଲିସ କ୍ଵାର୍ଟର୍ସରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିବା ବେଳେ ପରେ ବଳଙ୍ଗା ଥାନା ଏଏସ୍‌ଆଇଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା।

Comment