ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୀତଦିନେ ଗରମ ଗରମ ଚା’ ପିଇବାକୁ ସମସ୍ତେ ପସନ୍ଦ କରିଥା’ନ୍ତି। ହେଲେ ଗୁଡ଼ର ଚା’ ପିଇବାକୁ ଯେତିକି ସ୍ୱାଦିଷ୍ଟ ସେତିକି ପୁଷ୍ଟିକର। ଥଣ୍ଡା ସମୟରେ ଏହି ଚା’ ପିଇବା ବେଶି ଲାଭଦାୟକ। ଜାଣନ୍ତୁ, ଗୁଡ଼ ଚା’ ପିଇବାର ଫାଇଦା?

ଯେଉଁ ଲୋକମାନଙ୍କୁ ରକ୍ତହୀନତାର ସମସ୍ୟା ଥାଏ, ସେମାନଙ୍କ ପାଇଁ ଗୁଡ଼ ଅଧିକ ଭଲ। ଏହା ରକ୍ତ ସଫା କରିବାରେ ସାହାଯ୍ୟ କରିଥାଏ।

ଗୁଡ଼ ଚା’ ଥଣ୍ଡା ଜ୍ୱରରୁ ମୁକ୍ତି ଦେଇଥାଏ। ଗୁଡ଼ ଚା’ରେ ଅଦା, ତୁଳସୀ ପତ୍ର, ଗୋଲ ମରିଚ ମିଶାଇ ପିଇଲେ କଫ ଦୂର ହୋଇଥାଏ।

ଗଳା ସଂକ୍ରମଣକୁ ଠିକ୍‌ କରିଥାଏ ଗୁଡ଼ ଚା’।

ଅଳସୁଆ ଓ ହାଲିଆ ଲାଗୁଥିଲେ ଗୁଡ଼ର ଚା’ ପିଇବା ଲାଭଦାୟକ ହୋଇଥାଏ।

ଗୁଡ଼ ଚା’ ପ୍ରସ୍ତୁତି ପ୍ରଣାଳୀ

ପ୍ୟାନ୍‌ରେ ବା ସସ୍‌ପେନ୍‌ରେ ଗୋଟେ କପ୍‌ ପାଣି ଓ ଏଥିରେ ଗୁଡ଼ ପକାଇ ଫୁଟାଇବେ। ଏବେ ଏଥିରେ ଗୋଲମରିଚ, ଲବଙ୍ଗ, ଗୁଜୁରାତି, ଅଦା ଓ ତୁଳସୀ ପତ୍ର ପକାଇ ଫୁଟିବାକୁ ଦେବେ। ଏବେ ଏଥିରୁ ବାସ୍ନା ଆସିଲେ ଗୋଟେ ଚା’ ଚାମଚରେ ଚା’ ପତି ପକାଇବେ। ଚା’ପତି ଭଲ ଭାବରେ ଫୁଟିଗଲେ ଗୋଟେ କପ୍‌ କ୍ଷୀର ପକାଇବେ। କ୍ଷୀର ଫୁଟିଗଲେ ଏହାକୁ ଛାଣି ପିଇବେ।

ଏହି ଚା’କୁ ଆପଣ କ୍ଷୀର ନ ପକାଇ ପିଇ ପାରିବେ।

Comment