ଓଡ଼ିଶାଲାଇଭ୍ ବ୍ୟୁରୋ

ଅଧିନାୟକ ଭାବେ ବିରାଟ କୋହଲି ଦିନିକିଆରେ ୫ ହଜାର ରନ୍ ପୂରଣ କରିଛନ୍ତି। ରବିବାର ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆରେ କୋହଲି ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି।

ରବିବାର ବେଙ୍ଗାଳୁରୁରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ରୋହିତ ମଧ୍ୟ ଦିନିକିଆ କ୍ୟାରିଅରରେ ନିଜର ୯ ହଜାର ରନ୍ ପୂରଣ କରିଛନ୍ତି। କୋହଲି ଅଧିନାୟକ ଭାବେ ଦିନିକିଆରେ ୫ ହଜାର ରନ୍ ପୂରଣ କରିଛନ୍ତି। ଏହି ଦୁଇ ଜଣ ଭାରତୀୟ ଖେଳାଳିଙ୍କୁ ଆଇସିସି ଫଟୋ ଟୁଇଟ୍ କରିବା ସହ ଶୁଭେଚ୍ଛା ଜଣାଇଛି।

ମହେନ୍ଦ୍ର ସିଂହ ଧୋନୀ  ଦିନିକିଆରୁ ଅଧିନାୟକ ଭାବେ ଅବସର ନେବା ପରେ କୋହଲି ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି। ଏହାପରଠାରୁ ଲଗାତାର ଭାବେ ସେ ଦିନିକିଆରେ ସଫଳ ମଧ୍ୟ ହେଉଛନ୍ତି। ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ସ୍ଥାନରେ ମଧ୍ୟ ରହିପାରିଛି।

Comment