ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଜାନୁଆରି ୩୧ ଆରମ୍ଭ ହେବ ସଂସଦରେ ବଜେଟ ଅଧିବେଶନ। ଫେବ୍ରୁଆରି ୧ରେ ବଜେଟ ଉପସ୍ଥାପନ କରିବେ ଅଥର୍ମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ ଉପସ୍ଥାପନ ପୂର୍ବରୁ ସୋମବାର ହଲଓ୍ୱା ଉତ୍ସବ ଅନୁଷ୍ଠିତ ହୋଇଛି। ମନ୍ତ୍ରୀମାନେ ମିଠା ଖାଇଛନ୍ତି। ଆସନ୍ତୁ ଜାଣିବା କାହିଁକି ଏହି ଉତ୍ସବ ପାଳନ ହୁଏ ଓ କ’ଣ ରହିଛି ପରମ୍ପରା?

ଜାଣନ୍ତୁ କ’ଣ ଏହି ପରମ୍ପରା…

ପ୍ରତି ବର୍ଷ ବଜେଟ ଉପସ୍ଥାପନ ପୂର୍ବରୁ ହଲଓ୍ୱା ଖାଇବାର ପରମ୍ପରା ପାଳନ କରାଯାଇଥାଏ। ଭାରତୀୟମାନଙ୍କର ବିଶ୍ୱାସ ରହିଛି ଯେ କୌଣସି ଶୁଭ କାମ ପୂର୍ବରୁ କିଛି ମିଠା ଖାଇବା ଦରକାର, ଏହା ସହିତ ଭାରତୀୟ ପରମ୍ପରାରେ ମିଠାକୁ ଶୁଭ ବୋଲି କୁହାଯାଇଥାଏ। ଏହି ହଲଓ୍ୱା ପ୍ରସ୍ତୁତ ହୋଇ ସମସ୍ତେ ଖାଇବା ପରେ ହିଁ ବଜେଟ ସମ୍ବନ୍ଧୀୟ କାଗଜପତ୍ରକୁ ଛପାଇବା ଲାଗି ପ୍ରେସକୁ ପଠାଯାଇଥାଏ।

ବଜେଟ ସମ୍ବନ୍ଧୀୟ କାଗଜପତ୍ରକୁ ଛାପିବା ଲାଗି ପ୍ରକ୍ରିୟା ଆରମ୍ଭଠୁ ନେଇ ସଂସଦରେ ଉପସ୍ଥାପନ ଯାଏଁ କାମ କରୁଥିବା ଅଧିକାରୀଙ୍କ ଲାଗି ବି କିଛି ନିୟମ ଥାଏ। ଏହି ଅଧିକାରୀଙ୍କୁ ଉକ୍ତ ସମୟ ମଧ୍ୟରରେ କାହା ସହ ସମ୍ପର୍କ ରଖିବାକୁ ଦିଆଯାଇ ନଥାଏ। ଏମିତି କି ନର୍ଥ ବ୍ଲକ ବେସମେଣ୍ଟରେ ଛପାଯାଉଥିବା ପ୍ରେସରେ କିଛିଦିନ ଲାଗି ପାଖାପାଖି ଅର୍ଥ ମନ୍ତ୍ରାଳୟର ୧୦୦ଜଣ କର୍ମଚାରୀଙ୍କୁ ରଖାଯାଇଥାଏ। ଏମିତିକି ଏହି ସମୟରେ ଏମାନଙ୍କୁ ଫୋନ କରିବାକୁ ବି ଅନୁମତି ଦିଆଯାଇନଥାଏ ଏବଂ ଏହି ଅଧିକାରୀ ମାନଙ୍କୁ କେହି ଦେଖା କରିପାରନ୍ତି ନାହିଁ।

ବଜେଟର ଦସ୍ତାବିଜ୍‌ ଛାପିବାଠୁ ଆରମ୍ଭ କରି ସଂସଦରେ ଉପସ୍ଥାପନ ପର୍ଯ୍ୟନ୍ତ କାମ କରୁଥିବା ଅଧିକାରୀଙ୍କୁ ସେହି ସମୟରେ ସେମାନଙ୍କ ପରିବାର ସହିତ ବି ଦେଖାକରିବାକୁ ଅନୁମତି ନଥାଏ। ନର୍ଥ ବ୍ଲକର ବେସମେଣ୍ଟରେ ଥିବା ପ୍ରେସରେ ଏହି ଅଧିକାରୀମାନେ ଏକ ପ୍ରକାର ଚାବିରେ ରହିବା ପରି ରହିଥାନ୍ତି।

Comment