ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପିର ନୂଆ ଅଧ୍ୟକ୍ଷ ହେଲେ ଜେ ପି ନଡ୍ଡା।

“ସାରା ଦେଶରେ ପଦ୍ମ ଫୁଲ ଫୁଟିବ। ଯେଉଁ ରାଜ୍ୟଗୁଡ଼ିକରେ ବିଜେପିର ସରକାର ନାହିଁ ଆଗାମୀ  ଦିନରେ ସେହି ରାଜ୍ୟରେ ବିଜେପି ସରକାର ଗଠନ କରିବ। ସାରା ଦେଶରେ ବିଜେପି ସବୁଠାରୁ ମଜଭୁତ୍ ପାର୍ଟି ହେବ”, ସୋମବାର ବିଜେପିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏଭଳି କହିଛନ୍ତି ଜେ ପି ନଡ୍ଡା।

ସୋମବାର ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ ପି ନଡ୍ଡା ଦଳର ନୂଆ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହାପରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ଯୋଗ ଦେଇ ନୂଆ ବିଜେପି ସଭାପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଏହି ଅବସରରେ ନୂଆ ଅଧ୍ୟକ୍ଷ ଜେ ପି ନଡ୍ଡା କହିଛନ୍ତି ଯେ ଦଳ ତାଙ୍କ ପ୍ରତି ଗଭୀର ବିଶ୍ୱାସ ଓ ସହଯୋଗ ଦେଖାଇଛି। ଏହି ବିଶ୍ୱାସ ବଳରେ ସେ ଆଗାମୀ ଦିନରେ କାମ କରିବେ ବୋଲି ସେ କହିଛନ୍ତି। ଏଥିସହିତ ବିଜେପି ଅନ୍ୟ ଦଳମାନଙ୍କଠାରୁ ଭିନ୍ନ ବୋଲି କହିଥିଲେ ନୂଆ ଅଧ୍ୟକ୍ଷ ଜେ ପି ନଡ୍ଡା।

ଏଥିସହିତ ବିଜେପି ଦେଶବାସୀଙ୍କ ବିକାଶ ଓ ଦେଶର ମଙ୍ଗଳ ପାଇଁ ସବୁବେଳେ ଚେଷ୍ଟାରତ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୧୧ ତମ ବିଜେପି ସଭାପତି ଜେ ପି ନଡ୍ଡାଙ୍କୁ ବିଜେପିର ଆଗାମୀ ମାର୍ଗଦର୍ଶକ ବୋଲି କହିଥିଲେ।

Comment