ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ବରଗଡ଼ରେ ପ୍ରତିଷ୍ଠା ହେବ କ୍ୟାନସର ହସ୍ପିଟାଲ। ମଙ୍ଗଳବାର ଦିନିକିଆ ବରଗଡ଼ ଗସ୍ତରେ ଆସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ବରଗଡ଼ ଜିଲ୍ଲା ହସ୍ପିଟାଲକୁ ୩୦୦ ଶଯ୍ୟା ବିଶିଷ୍ଟ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ୟପକ୍ଷରେ ବରଗଡ଼ରେ ଏକ ସାଇନ୍ସ ପାର୍କର ମଧ୍ୟ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବରଗଡ଼ ପାଇଁ ମୋଟ ୧୫୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି।

ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ଗସ୍ତରେ ବରଗଡ଼ ଜିଲ୍ଲା ଯାଇଛନ୍ତି। ଜାମାଦାରପାଲୀ ଏଆର ଷ୍ଟ୍ରିପରେ ଦିନ ୧୨ଟାରେ ପହଁଚିଥିଲେ। ସେଠାରୁ ମଂଦଳିଆ ପଡ଼ିଆରେ ଓହ୍ଲାଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

Comment