ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର ପୌରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଛି। ଏହି ବୈଠକ ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥି ଭାତାନାନ ଅଧ୍ୟକ୍ଷତା କରିଥିଲେ।

ଏହି ୩ ପୌରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ସେଥିପାଇଁ ଏନ୍‌ଜିଟି ନିୟମ ଅନୁସାରେ ବର୍ଜ୍ୟବସ୍ତୁ ପରିଚାଳନା ସଠିକ ଭାବେ ହେଉଛି କି ନାହିଁ, ସେନେଇ ଆଲୋଚନା ହୋଇଥିଲା। ଏହି ସବୁ ସ୍ଥାନରେ ବର୍ଜ୍ୟବସ୍ତୁ ପରିଚାଳନା ସଠିକ ଭାବେ ହେବ ବୋଲି ରାଜ୍ୟ ସରକାର ଏନ୍‌ଜିଟିଙ୍କ ପାଖରେ ଏକ ସତ୍ୟପାଠ ଦାଖଲ କରିଥିଲେ।

ଏନ୍‌ଜିଟି ନିୟମାବଳୀ ଅନୁସାରେ ବର୍ଜ୍ୟବସ୍ତୁ ପରିଚାଳନା କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ନିୟମ ଉଲ୍ଲଘଂନ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ କୁହାଯାଇଛି।

ଏହାଛଡ଼ା ବୈଠକରେ ଜାଗା ମିଶନ, ପୌରାଞ୍ଚଳରେ ସ୍ମାର୍ଟ ଷ୍ଟ୍ରିଟ୍‌ ଲାଇଟ, ଜୀବିକା ମିଶନ ଉପରେ ଆଲୋଚନା କରାଯାଇଥିଲା। ଏହି ଯୋଜନାଗୁଡ଼ିକ କିପରି ପୌରାଞ୍ଚଳରେ କାର୍ଯ୍ୟକାରୀ ହୋଇ ପାରିବ ସେ ଦିଗରେ ଲକ୍ଷ୍ୟ ରଖାଯାଇଛି।

ବୈଠକରେ ଗଞ୍ଜାମ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳ ଓ ପୌରାଞ୍ଚଳ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହାସହ ମ୍ୟୁନିସିପାଲଟି ନିର୍ଦ୍ଦେଶକ ଓ ଯୁଗ୍ମ ସମ୍ପାଦକ ମଧ୍ୟ ଉପସ୍ଥିତ ଥିଲେ।

Comment