ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରମାବାହାଲ ଛକରେ ବୁଧବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଡିଭାଇଡର୍‌ ଟପି ସ୍କର୍ପିଓକୁ ଧକ୍କା ଦେଲା କାର୍‌। ଫଳରେ ରାସ୍ତାରେ କାମ କରୁଥିବା ୫ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି।

ଏହି ସଡ଼କ ଦୁର୍ଘଟଣାରେ କାର୍‌ ଓ ସ୍କର୍ପିଓରେ ଥିବା ୬ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ଆହତଙ୍କୁ ରାଜଗାଙ୍ଗପୁର ଏବଂ ପରେ ରାଉରକେଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ବୁଧବାର ସକାଳୁ ରାଉରକେଲା ପଟୁ ସୁନ୍ଦରଗଡ଼ ଅଭିମୁଖେ ଦ୍ରୁତ ଗତିରେ ଏକ କାର ଯାଉଥିଲା। ଏହି ସମୟରେ ଅପରପଟୁ ଏକ ସ୍କର୍ପିଓ ରାଉରକେଲା ଅଭିମୁଖେ ଯାଉଥିଲା। ଡିଭାଇଡର ଥିବା ସତ୍ତ୍ୱେ କାର୍‌ ଡିଭାଇଡରକୁ ଟପି ରାସ୍ତା ଅପରପାର୍ଶ୍ଵର ଯାଉଥିବା ସ୍କର୍ପିଓ ସହ ପିଟି ହେଲା। ସେହିସମୟରେ ରାସ୍ତାରେ କାମ କରୁଥିବା ଶ୍ରମିକଙ୍କ ଉପରେ ଗାଡ଼ି ଚଢ଼ିଯିବାରୁ ୨ଜଣ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଆଉ ୪ ମହିଳା ଶ୍ରମିକଙ୍କୁ ଗୁରୁତର ଭାବେ ଆଇଜିଏଚ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ୨ ଜଣଙ୍କ ଅବସ୍ଥା ଏବେ ବି ଗୁରୁତର ଥିବା ଜଣାପଡ଼ିଛି। ଏହାସହ କାର୍‌ ଓ ସ୍କର୍ପିଓରେ ଥିବା ୬ ଜଣ ଆହତ ହୋଇ ଆଇଜିଏଚ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comment