ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ ସ୍ଵାମୀକୁ, ହେଲେ ଘରୋଇ କଳି ଆଗରେ ସବୁ ସଂପର୍କ ଭୁଲିଗଲେ ସ୍ତ୍ରୀ। ସାମାନ୍ୟ କଳିରୁ ସ୍ଵାମୀକୁ ଛୁରି ଭୁସି ହତ୍ୟା କରିଛି ସ୍ତ୍ରୀ। ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅଞ୍ଚଳରେ। ଘଟଣା ପରେ ସ୍ତ୍ରୀକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ।

ମଙ୍ଗଳବାର ବିଳମ୍ଵିତ ରାତିରେ  ଆପନମାଲା ଗାଁର ଆନ୍ତୁ ମୁଦୁଲି ଓ ତାଙ୍କ ସ୍ତ୍ରୀ ଚନ୍ଦ୍ରମା ମୁଦୁଲିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଚନ୍ଦ୍ରମା ଏକ ଛୁରି ନେଇ ଆନ୍ତୁ ପେଟରେ ଭୁସି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଆନ୍ତୁର ମୃତ୍ୟୁ ହୋଇଥିଲା।

ଘଟଣା ସଂପର୍କରେ ଖବର ପାଇ ବାଲିମେଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ଏହାସହ ଚନ୍ଦ୍ରମାକୁ ଅଟକ ରଖି ପଚରା ଉଚରା ଜାରି ରଖିଛି ପୋଲିସ।

Comment