ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାଇଚାରାର ସହର କଟକକୁ ନୂଆ ରୂପରେ ସଜେଇବେ ରାଜ୍ୟ ସରକାର। ସହରର ଚତୁଃପାର୍ଶ୍ଵରେ ଥିବା ରିଂ ରୋଡ୍‌କୁ ୬ ଲେନ୍‌ ବିଶିଷ୍ଟ କରାଯିବ। କଟକ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ଏହାସହ ଏସ୍‌ସିବି ମେଡିକାଲ ନବନିର୍ମାଣ କାମ ମାର୍ଚ୍ଚରୁ ଆରମ୍ଭ ହେବ ବୋଲି କୁହାଯାଇଛି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାତା ମଠ ନିକଟରେ ମହାନଦୀ କୂଳ ବୁଲି ଦେଖିବା ସହିତ ବିକାଶ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ। ସେ ପ୍ରସ୍ତାବିତ ଏସ୍‌ସିବି ଦ୍ୱିତୀୟ କ୍ୟାମ୍ପସ୍‌ର ନକ୍ସା ମଧ୍ୟ ସମୀକ୍ଷା କରିଛନ୍ତି।

ସ୍ଥିତି ସମୀକ୍ଷା ପରେ କଟକ ବଡ଼ ମେଡିକାଲ ତଥା କଟକବାସୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ନବୀନ କହିଛନ୍ତି, ‘‘କଟକ ସହରର ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ୬ଥାକିଆ ରିଂରୋଡ୍। ଅନାବଶ୍ୟକ ହୋଇ ପଡ଼ିରହିଥିବା ମହାନଦୀ ପଠା ବା ହାଡ଼ିଆପଠାକୁ ବିନିଯୋଗ କରି ସ୍ପୋର୍ଟସ୍ କମ୍ପେ୍ଲକ୍ସ ସହିତ ସାଂସ୍କୃତିକ ଏବଂ ଅବସର ବିନୋଦନର ପରିବେଶ କରାଯିବ। ମାର୍ଚ୍ଚରୁ ଏସ୍‌ସିବି ମେଡିକାଲ କଲେଜର ଉନ୍ନତିକରଣ କାମ ଆରମ୍ଭ ହେବ। ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ।’’

Comment