ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ନିର୍ମାଣଧୀନ ଛାତ ଭୁଶୁଡ଼ିବା ଘଟଣାର ଉପଯୁକ୍ତ ତଦନ୍ତ ଦାବି କରିଛି ବିଜେଡି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି,‘‘ବିମାନବନ୍ଦରରେ ଯେଉଁ ଅଘଟଣ ଘଟିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଥିଲା। ଏଥିଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି ଏକାଧିକ ଲୋକ ଆହତ ହୋଇଛନ୍ତି। ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯାଉ, ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ।’’

ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ ବୋଲି ସସ୍ମିତ ପାତ୍ର ଦାବି କରିଛନ୍ତି।

‘‘ଅଘଟଣକୁ ଆମେ ବିଜେପି ଭଳି ରାଜନୀତିକରଣ କରିବାରେ ବିଶ୍ୱାସ କରୁନୁ। ଆମର ଦାବି ଘଟଣାର ତଦନ୍ତ ହେଉ, ମୃତକଙ୍କ ପରିବାରକୁ ନ୍ୟାୟ ମିଳୁ’’, କହିଛନ୍ତି ସସ୍ମିତ ପାତ୍ର।

Comment