ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ଟି-୨୦ ରାଙ୍କିଙ୍ଗରେ ୧ ନମ୍ଵର ସ୍ଥାନକୁ ଯିବାକୁ ଭାରତକୁ ଆଉ ୧୧ ପଏଣ୍ଟ ଆବଶ୍ୟକ। ଏହି ସଫଳତା ହାସଲ କରିବାକୁ ହେଲେ ଭାରତକୁ ୪ଟି ଟିମ୍‌କୁ ଟପିକି ଯିବାକୁ ପଡ଼ିବ। ଭାରତ ବର୍ତ୍ତମାନ ଆଇସିସି ଟି-୨୦ ଟିମ୍‌ ରାଙ୍କିଙ୍ଗରେ ୨୬୦ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି। ଭାରତ ଆଗରେ ସାଉଥ ଆଫ୍ରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ପାକିସ୍ତାନ ରହିଛନ୍ତି।

ଆଇସିସି ଟିମ୍‌ ରାଙ୍କିଙ୍କରେ ଦୀର୍ଘଦିନ ହେବ ପାକିସ୍ତାନ ୧ ନମ୍ଵର ସ୍ଥାନ ଦାଖଲ କରି ରହିଛି। ପାକିସ୍ତାନ ୨୭୦ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୨୬୯ରେ ଦ୍ଵିତୀୟ, ଇଂଲଣ୍ଡ ୨୬୫ରେ ତୃତୀୟ, ସାଉଥ ଆଫ୍ରିକା ୨୬୨ରେ ଚତୁର୍ଥ ଓ ଭାରତ ୨୬୦ ପଏଣ୍ଟରେ ପଞ୍ଚମ ସ୍ଥାନରେ ରହିଛି।

ଏହି ୫ ଦଳ ନିଜ ନିଜଠାରୁ ମାତ୍ର ୧୧ ପଏଣ୍ଟ ବ୍ୟବଧାନ ମଧ୍ୟରେ ରହିଛନ୍ତି। ଯଦି ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ରେ ଭାରତ ଭଲ ପ୍ରଦର୍ଶନ କରି ସିରିଜ ବିଜୟୀ ହୁଏ, ତାହେଲେ ଭାରତର ପଏଣ୍ଟ ବ୍ୟବଧାନରେ ପରିବର୍ତ୍ତନ ଆସିପାରେ।

ଭାରତ ଲଗାତାର ଟି-୨୦ ସିରିଜରେ ବିଜୟୀ ହୋଇ ଆସୁଛି। ସେହିପରି ବର୍ତ୍ତମାନ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ଟିକିଆ ମ୍ୟାଚ ବିଶିଷ୍ଟ ସିରିଜ ଖେଳୁଛି ଭାରତ। ଏହି ସିରିଜରେ ଭାରତ ପ୍ରଥମ ମ୍ୟାଚ ଜିତି ୧-୦ରେ ଆଗୁଆ ରହିଛି।

Comment