ଓଡ଼ିଶାଲାଇଭ୍‌ ବ୍ୟୁରୋ

ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥକାଠ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନଖଣ୍ଡରୁ ଦୁଇଟି ଟ୍ରକ୍‌ରେ ୫୩ ଖଣ୍ଡ ଧଉରା ଓ ଅସନ କାଠ ଆସି ପୁରୀରେ ପହଞ୍ଚିଛି।

୨୦ ଫୁଟ୍‌ ଲମ୍ବର ୧୯ଟି କାଠ ମଧ୍ୟରୁ ଅସନ ୧୧ଟି ଧଉରା ୮ଟି ଥିବା ବେଳେ ୧୨ ଫୁଟ୍‌ ଲମ୍ବର ୩୪ଟି କାଠ ମଧ୍ୟରୁ ଅସନ ୧୦ଟି ଓ ଧଉରା ୨୪ଟି କାଠ ଥିବା ଜଣାପଡ଼ିଛି। ଏହି କାଠକୁ ରଥ ଖଳାକୁ ପଠାଯାଇଛି। ଶ୍ରୀପଞ୍ଚମୀ ଦିନ କାଠ ଚିରାଯାଇ ଅନୁକୂଳ ହେବ।

ପରମ୍ପରା ଅନୁଯାୟୀ, ରଥଯାତ୍ରାର ନୀତି ମାଘ ମାସରୁ ଆରମ୍ଭ ହୋଇଥାଏ। ପ୍ରତିବର୍ଷ ରଥଯାତ୍ରା ଲାଗି ନୟାଗଡ଼ରୁ କାଠ ଆସିଥାଏ। ଅକ୍ଷୟ ତୃତୀୟାରୁ ପୂଜା ହୋଇ କାଠ କଟା କାର୍ଯ୍ୟ ହୋଇଥାଏ।

Comment