ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ଦେଶରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରିପଦା ପରେଡ ପଡ଼ିଆଠାରେ ପାଳିତ ହୋଇଯାଇଛି ସାଧାରଣତନ୍ତ୍ର ଦିବସ। ଓଡିଶା ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।

ମନ୍ତ୍ରୀଙ୍କ ସହ ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ୱାଜ, ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଏବଂ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ପତାକା ଉତ୍ତୋଳନ ପରେ ମନ୍ତ୍ରୀ ଅଭିବାଦନ ଗ୍ରହଣ କରିଥିଲେ।

ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ପରେଡରେ ସ୍କୁଲ, କଲେଜ ଓ ବିଭିନ୍ନ ବିଭାଗରୁ ମୋଟ ୪୨ ଦଳ ଭାଗ ନେଇଥିଲେ। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଛାତ୍ରଛାତ୍ରୀମାନେ ଦେଶଭକ୍ତି ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ବିଭିନ୍ନ ଚିତାକର୍ଷକ ପ୍ରଦର୍ଶନ କରିଥିଲେ।

Comment