ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତନ୍ତ୍ର ଦିବସ ପାଇଁ ବଜାରରୁ ଚକୋଲେଟ ଓ ପତାକା ଧରି ଫେରୁଥିଲେ ପ୍ରଧାନ ଶିକ୍ଷକ। ବାଟରେ ଟ୍ରାକ୍ଟର ଧକ୍କାରେ ଚାଲିଗଲା ଜୀବନ। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟପାଡ଼ ବସ୍ତାମ୍ବା ଅଞ୍ଚଳରେ। ପ୍ରଧାନ ଶିକ୍ଷକ ଜଣକ ଭନସୁଲି ହାଇସ୍କୁଲର ଚକ୍ରଧର ପାଳ ବୋଲି ଜଣାପଡ଼ିଛି।

ସାଧାରଣତନ୍ତ୍ର ଦିବସ ପାଇଁ ଭନସୁଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ଚକ୍ରଧର ପାଳ ବଜାରରୁ କିଣାକିଣି ଫେରୁଥିଲେ। ବସ୍ତମ୍ଵା ନିକଟରେ ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି। ଏହି ଘଟଣା ପରେ ଭନସୁଲି ହାଇସ୍କୁଲର ଶୋକର ଛାୟା ଖେଳିଯାଇଛି।

Comment