ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ଝାରସୁଗୁଡ଼ା ବିମାନବନ୍ଦରରୁ କୋଲକାତାକୁ ସିଧାସଳଖ ଉଡ଼ିବ ବିମାନ। ଆଲିଆନ୍ସ ଏୟାର ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି ବିମାନ ସେବା ଫଳରେ ଯାତ୍ରୀମାନେ ଝାରସୁଗୁଡ଼ାରୁ କୋଲକାତାକୁ ସିଧାସଳଖ ବିମାନ ସେବା ପାଇପାରିବେ।

ଆଲିଏନ୍ସ ଏୟାର ବିମାନ କୋଲକାତା ବିମାନବନ୍ଦରରୁ ଦିନ ୧୧ ଟା ୪୫ ମିନିଟରୁ ଆସି ୧ଟା ୧୫ ମିନିଟରେ ଝାରସୁଗୁଡ଼ାରେ ପହଞ୍ଚିବ। ଝାରସୁଗୁଡ଼ାରୁ ଦିନ ୧ ଟା ୪୫ରୁ ଛାଡ଼ି ପୁଣି ୩ଟା ୧୫ ମିନିଟରେ କୋଲକାତାରେ ପହଞ୍ଚିବ।

ଉଡାନ ୩.୦ ଯୋଜନାରେ ନିୟମିତ ଏହି ବିମାନ ଚଳାଚଳ କରିବ। ଅନ୍ୟପଟେ ଜାନୁଆରି ୩୧ରୁ ଝାରସୁଗୁଡ଼ାରୁ ବାରଣାସୀକୁ ବିମାନସେବା ଆରମ୍ଭ କରୁଛି ଆଲିଆନ୍ସ ଏୟାର। ଏହି ବିମାନ ସେବା ଭାୟା ଭୁବନେଶ୍ୱର ଦେଇ ଯିବ। ଫଳରେ ଭୁବନେଶ୍ୱରରୁ ବି ଯାତ୍ରୀମାନେ ବାରଣାସୀକୁ ସିଧାସଳଖ ବିମାନସେବା ପାଇପାରିବେ। ପୂର୍ବରୁ ଏଥିପାଇଁ ଯାତ୍ରୀଙ୍କୁ ଭୁବନେଶ୍ୱରରୁ ଭାୟା ଦିଲ୍ଲୀ ହୋଇ ଯିବାକୁ ପଡ଼ୁଥିଲା।

Comment