ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣଙ୍କ ବ୍ୟାଙ୍କ ସମ୍ବନ୍ଧିତ କୌଣସି କାମ ବାକି ରହିଯାଇଛି କି? ତେବେ ଜାନୁଆରି ୩୧ ତାରିଖ ପୂର୍ବରୁ କାମ ସାରିଦିଅନ୍ତୁ। କାରଣ ଜାନୁଆରି ୩୧ ତାରିଖରୁ ଫେବ୍ରୁଆରି ୨ ତାରିଖ ପର୍ଯ୍ୟନ୍ତ ଲଗାତାର ୩ ଦିନ ଧରି ବ୍ୟାଙ୍କ ବନ୍ଦ ରହିବ।

ବେତନ ଜନିତ ସମସ୍ୟା ହେତୁ ଅଲ ଇଣ୍ଡିଆ ବ୍ୟାଙ୍କ ୟୁନିୟନ୍ ଜାନୁଆରି ୩୧ ଓ ଫେବ୍ରୁଆରି ୧ ଦୁଇ ଦିନ ଧରି ବ୍ୟାଙ୍କ ଧର୍ମଘଟ କରିବାକୁ ଘୋଷଣା କରିଛି। ସେହିଦିନ ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହେବା ସହିତ ଫେବ୍ରୁଆରି ୧ରେ ବଜେଟ୍ ଉପସ୍ଥାପିତ ହେବ। ତେଣୁ ଧର୍ମଘଟ ପାଇଁ ଏହା ପ୍ରକୃଷ୍ଟ ସମୟ ବୋଲି କହିଛି ବ୍ୟାଙ୍କ ୟୁନିୟନ।

ଅନ୍ୟପଟେ ବନ୍ଦ ଫଳରେ ଦେଶର ସମସ୍ତ ବ୍ୟାଙ୍କ କାମ ଠପ୍ ହୋଇପଡ଼ିବ। ଲୋକମାନେ ଟଙ୍କା ପୈଠ ଓ ଉଠାଣ କରିବାରେ ଅନେକ ସମସ୍ୟା ଭୋଗିବେ ବୋଲି କୁହାଯାଉଛି। ସେହିପରି ଫେବ୍ରୁଆରି ୨ ତାରିଖ ରବିବାର ପଡୁଥିବାରୁ ସେହିଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ଏହିପରି ଭାବେ ଲଗାତାର ତିନି ଦିନ ଧରି ବ୍ୟାଙ୍କ ବନ୍ଦ ରହିବ।

Comment