ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଏବେ ସମସ୍ତଙ୍କ ନଜରରେ ରହିଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଦିଲ୍ଲୀ ଦଖଲ କରିବା ପାଇଁ ସବୁ ଦଳ ପକ୍ଷରୁ ଚାଲିଛି ହାଇଭୋଲ୍‌ଟେଜ ପ୍ରଚାର। ବିଜେପି, ଆମ୍‌ ଆଦ୍‌ମୀ ପାର୍ଟି ଏବଂ କଂଗ୍ରେସ ନେତାଙ୍କ ପ୍ରଚାରରେ କମ୍ପୁଛି ଦିଲ୍ଲୀ।

ଆମ୍‌ ଆଦ୍‌ମୀ ପାର୍ଟିକୁ ଚେକ୍‌ ଦେବା ପାଇଁ ବିଜେପିର ସବୁ ନେତା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଓଡ଼ିଶା ବିଜେପିର ବରିଷ୍ଠ ନେତାମାନଙ୍କୁ ଦିଲ୍ଲୀ ପ୍ରଚାର ମଇଦାନକୁ ଓହ୍ଲାଇଥିବା ଦେଖିବାକୁ ମିଳିଥିଲା।

ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏବଂ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓଙ୍କୁ ଦିଲ୍ଲୀରେ ପ୍ରଚାର କରିବାକୁ ଦେଖିବାକୁ ମିଳିଛି।

ମାତିଆଲା ଏବଂ ଉତ୍ତମନଗରରେ ବୈଜୟନ୍ତ ବିଜେପି ପାଇଁ ପ୍ରଚାର କରିଥିଲେ। ରାଲିରେ ଭୋଟରଙ୍କୁ ଉଦ୍‌ବୋଧନ ଦେବା ସହ ବିଜେପିକୁ ଭୋଟ୍‌ ଦେବା ଲାଗି ପ୍ରଚାର କରିଥିଲେ।

‘‘ଦିଲ୍ଲୀବାସୀଙ୍କୁ ମୌଳିକ ସୁବିଧା ଦେବାରେ ଆପ୍‌ ସରକାର ବିଫଳ ହୋଇଛି। ଏଥର ବିଜେପି ଦିଲ୍ଲୀରେ କ୍ଷମତାକୁ ଆସିଲେ ଲୋକଙ୍କ ଅସୁବିଧା ଦୂର ହେବ’’, କହିଥିଲେ ବୈଜୟନ୍ତ ପଣ୍ଡା।

ପ୍ରତାପ ଷଡ଼ଙ୍ଗୀ ଏବଂ କେଭି ସିଂହଦେଓ ମଧ୍ୟ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପ୍ରଚାର କରିଥିଲେ।

‘‘ଆପ୍‌ ସରକାର ଅମଳରେ ଦିଲ୍ଲୀର ଯେମିତି ବିକାଶ ହେବା କଥା ତାହା ହୋଇନି। ଏଥର କିନ୍ତୁ ଦିଲ୍ଲୀବାସୀ ଭୁଲ୍‌ କରିବେନି। ସେମାନେ ଠିକ୍‌ ନିଷ୍ପତ୍ତି ନେବେ’’, କହିଛନ୍ତି ପ୍ରତାପ ଷଡ଼ଙ୍ଗୀ।

ଫେବ୍ରୁଆରି ୮ରେ ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ହେବ। ୧୧ରେ ଫଳ ବାହାରିବ।

Comment