ଓଡ଼ିଶାଲାଇଭ୍ ବ୍ୟୁରୋ
ଦୋକାନ ଭିତରେ ପଶି ବନ୍ଧୁକ ଦେଖାଇ ୫ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ। ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ରବିବାର ରାତି ୧୦ଟା ୩୦ ସମୟରେ ଅଧା ଦୋକାନ ବନ୍ଦ କରି ଦୋକାନୀ ଏବଂ କର୍ମଚାରୀ ବସିଥିବା ବେଳେ ହଠାତ୍ ୩ ଜଣ ଯୁବକ ବାଇକରେ ଆସି ଦୋକାନ ଆଗରେ ଓହ୍ଲାଇ ଦୋକାନକୁ ଆସିଥିଲେ। ଜଣେ ହେଲମେଟ ଏବଂ ଅନ୍ୟ ଦୁଇଜଣ ମୁହଁରେ କପଡ଼ା ବାନ୍ଧି ଥିଲେ। ସେମାନେ ଦୋକାନ ଭିତରକୁ ଆସି ଦୋକାନୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଡରାଇଥିଲେ। ପରେ ଟଙ୍କା ବାକ୍ସରୁ ୫ ଲକ୍ଷ ଟଙ୍କା ଲୁଟି ନେଲେ।
ପରେ ଏହାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଦୋକାନୀ। ଖବର ପାଇ ଥାନାଧିକାରୀ ରେଣୁବାଳା ସାହୁ ମାରାଥନ ତଦନ୍ତ ଆରମ୍ଭ କରିଛନ୍ତି। ପୂର୍ବରୁ ମଧ୍ୟ ୩ ମାସ ତଳେ ସହରର ଲିଙ୍କ ରୋଗରେ ଜଣେ ଧାନ ବେପାରୀଙ୍କୁ ଦୁବୃର୍ତ୍ତମାନେ ଘର ଭିତରେ ପଶି ଗୁଳି ମାରିବା ସହ ଟଙ୍କା ଲୁଟି ନେଇଥିଲେ।