ଓଡ଼ିଶାଲାଇଭ୍‌ ବ୍ୟୁରୋ

୪ ଦିନିଆ ଜାମିନ ଅବଧି ଶେଷ ହେବା ପରେ ଜେଲକୁ ଫେରିଲେ ପୁଞ୍ଜିଲାଲ। ମଙ୍ଗଳବାର ପ୍ରଥମେ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର ହେବା ପରେ ଦିନ ୧୨ଟାରେ ଜେଲ ଫେରିଥିଲେ। ପୁଞ୍ଜିଲାଲ ତାଙ୍କ ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ୨୪ ତାରିଖରେ ପାରୋଲରେ ବାହାରିଥିଲେ।

ଜାନୁଆରି ୧୨ ତାରିଖରେ ପୁଞ୍ଜିଲାଲ ମେହେର ମା’ଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ଦିନ ତାଙ୍କୁ ଗୋଟିଏ ଦିନ ପାଇଁ ଛଡ଼ା ଯାଇଥିଲା। ମା’ଙ୍କ ଅନ୍ତିମ ସଂସ୍କାର ପରେ ତାଙ୍କୁ ପୁଣି ଜେଲକୁ ଅଣାଯାଇଥିଲା। ପରେ ଶୁଦ୍ଧିକ୍ରିୟା ପାଇଁ ସେ ପାରୋଲ ଆବେଦନ କରିଥିଲେ।

୨୦୧୮ ଫେବ୍ରୁଆରି ୨୩ ତାରିଖରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ଘଟିଥିବା ପାର୍ସଲ ବୋମା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ସୌମ୍ୟଶେଖର ଓ ରିମାଙ୍କ ବିବାହର ୫ ଦିନ ପରେ ଘରେ ପହଞ୍ଚିଥିଲା ଏକ ପାର୍ସଲ ଗିଫ୍‌ଟ। ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣ। ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେ ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ରିମା ଆହତ ହୋଇଥିଲେ। ଏହାର ମାଷ୍ଟର ମାଇଣ୍ଡ ଥିଲା ପୁଞ୍ଚିଲାଲ।

Comment