ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ଏକ ରେକର୍ଡ ଅପେକ୍ଷାରେ ଟିମ୍‌ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି। ଟି-୨୦ରେ ଆଉ ୨୫ ରନ୍‌ କଲେ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀଙ୍କ ରେକର୍ଡକୁ ଭାଙ୍ଗିବେ ବିରାଟ। ଅଧିନାୟକ ଭାବେ ଟି-୨୦ରେ ସର୍ବାଧିକ ରନ୍‌ କରିବାରେ ଧୋନୀଙ୍କୁ ଟପିବେ ବିରାଟ।

ବର୍ତ୍ତମାନ ବିରାଟ ବ୍ୟାଟ୍ସମ୍ୟାନ ହିସାବରେ ଟି-୨୦ ସର୍ବାଧିକ ରନ୍‌ କରିଛନ୍ତି। ହେଲେ କ୍ୟାପଟେନ ହିସାବରେ ୧ ହଜାର ୮୮ ରନ୍‌ କରି ଚତୁର୍ଥ ସ୍ଥାନରେ ରହିଛନ୍ତି ବିରାଟ। ତାଙ୍କ ଉପରେ ଧୋନୀ ୧ ହଜାର ୧୧୨ରେ ତୃତୀୟ, କେନ୍‌ ଓ୍ଵିଲିୟମସନ୍‌ ୧ ହଜାର ୧୪୮ ରନ୍‌ କରି ଦ୍ଵିତୀୟ ଓ ଡୁପ୍ଲେସିସ୍‌ ୧ ହଜାର ୨୭୩ ରନ୍‌ କରି ପ୍ରଥମରେ ରହିଛନ୍ତି।

ଧୋନୀଙ୍କ ଏହି ରେକର୍ଡ ଭାଙ୍ଗିବାକୁ ବିରାଟଙ୍କୁ ଆଉ ୨୫ ରନ୍‌ର ଆବଶ୍ୟକତା ରହିଛି। ବିରାଟ ଧୋନୀଙ୍କ ଏହି ରେକର୍ଡ ଭାଙ୍ଗି ଟି-୨୦ରେ ସର୍ବାଧିକ ରନ୍‌ କରିଥିବା ଭାରତୀ ହୋଇପାରିବେ।

ବିରାଟଙ୍କୁ ଏହି ରେକର୍ଡ କରିବା ପାଇଁ ବୁଧବାର ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ରେ ସୁଯୋଗ ରହିଛି। ଏହି ମ୍ୟାଚରେ ବିରାଟ ୨୫ ରନ୍ କରି ଧୋନୀଙ୍କ ଏହି ରୋକର୍ଡକୁ ଭାଙ୍ଗିବେ।

Comment