ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଗାଙ୍ଗପୁର ଓସିଏଲ୍ ସିମେଣ୍ଟ କାରଖାନରେ ଅଘଟଣ। ବୁଧବାର ସିମେଣ୍ଟ କାରଖାନାରେ ବିସ୍ଫୋରଣ ଘଟି ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିବା ସହ ୩ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି।

ବୁଧବାର କାରଖାନାର ଲାଇନ୍-୩ ବ୍ଲାଷ୍ଟଫର୍ଣ୍ଣେସର ସଫେଇ କାମ ଚାଲିଥିଲା। ଏହି ସମୟରେ ବିସ୍ଫୋରଣ ଘଟିଛି। ଫଳରେ କାରଖାନାରେ ଥିବା ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି।

କାରଖାନାରେ ବିସ୍ପୋରଣ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

Comment