ଓଡ଼ିଶାଲାଇଭ୍ ବ୍ୟୁରୋ

ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟକୁ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିସହିତ ଆସନ୍ତା ଆର୍ଥିକ ବର୍ଷରେ ଦେଶର ଜିଡିପି ହାର ୬ରୁ ୬.୫ ପ୍ରତିଶତ ରହିବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।

ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ବିକାଶ ହାରରେ ବୃଦ୍ଧି ଘଟିବ। ଦେଶର ଜିଡିପି ୬ରୁ ୬.୫ ପ୍ରତିଶତ ଭିତରେ ରହିବ ବୋଲି କୁହାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷର ଜିଡିପି ହାରଠାରୁ ଏହା ୦.୫ରୁ ୧ ପ୍ରତିଶତ ଅଧିକ।

ଅର୍ଥମନ୍ତ୍ରୀ ସର୍ଭେ ରିପୋର୍ଟ ଉପସ୍ଥାପନ କରିବା ପରେ ବିରୋଧୀମାନେ ହଟ୍ଟଗୋଳ କରିଥିଲେ। ସେଥିପାଇଁ ବାଚସ୍ପତି ଶନିବାର ଦିନ ୧୧ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ଘୋଷଣା କରିଛନ୍ତି।

ଶୁକ୍ରବାରଠାରୁ ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଶୁକ୍ରବାର ରାଷ୍ଟ୍ରପତି ନିଜର ଅଭିଭାଷଣ ରଖିବା ପରେ ଅର୍ଥମନ୍ତ୍ରୀ ନିଜର ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଶନିବାର ଦେଶର ଆର୍ଥିକ ବଜେଟ୍ ଲୋକସଭାରେ ଉପସ୍ଥାପନ ହେବ।

Comment