ଓଡ଼ିଶାଲାଇଭ୍ ବ୍ୟୁରୋ

ଯେକୌଣସି ପୋକ କାମୁଡ଼ିଲେ ଆମକୁ ବେଶ୍ ଯନ୍ତ୍ରଣା ହୋଇଥାଏ। ସେହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆମେ କେତୋଟି ଘରୋଇ ଉପାୟକୁ ଅବଲମ୍ବନ କରିପାରିବା। 

ବରଫ

ବରଫ ଖଣ୍ଡକୁ ଏକ ନରମ କପଡ଼ାରେ ଗୁଡ଼ାଇ କୀଟ କାମୁଡ଼ିବା ସ୍ଥାନରେ ପାଖାପାଖି ୫-୧୦ ମିନିଟ୍ ପାଇଁ ରଖନ୍ତୁ। ଏହି ପଦ୍ଧତି ବାରମ୍ବାର ଦୋହରାନ୍ତୁ। ଏପରି କରିବାଫଳରେ ବ୍ୟଥାରୁ ଖୁବ୍‌ଶୀଘ୍ର ମୁକ୍ତି ମିଳେ।

ମହୁ

୨ଚାମଚ ମହୁରେ ୧ଚାମଚ ହଳଦୀ ଗୁଣ୍ଡକୁ ମିଶାଇ ଉକ୍ତ ସ୍ଥାନରେ ଲଗାନ୍ତୁ। କିଛି ସମୟ ପରେ ଏହି ଲେପକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହିପରି ୩ ରୁ ୪ଦିନ ପର୍ଯ୍ୟନ୍ତ କରନ୍ତୁ। ଦେଖିବେ କଷ୍ଟରୁ ମୁକ୍ତି ମିଳିବାସହ ଦାଗ ଦୂର ହୋଇଯାଏ।

ପିଆଜ

ପିଆଜ ରସରୁ ମଧ୍ୟ ଏଥିରୁ ମୁକ୍ତି ମିଳେ। ପିଆଜ ରସରେ ୧ଚାମଚ ଲେମ୍ବୁରସ ମିଶାଇ ପୋକ କାମୁଡ଼ିବା ସ୍ଥାନରେ ଲଗାନ୍ତୁ। ତା’ପରେ ଏହାକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏପରି ୨ରୁ ୩ ଦିନ କଲେ ଏଥିରୁ ମୁକ୍ତି ମିଳିଥାଏ।

Comment