ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ଆରମ୍ଭ ହେବ ‘ଟିବି ହାରିବ, ଦେଶ ଜିତିବ’ ଅଭିଯାନ। ୨୦୨୫ ସୁଦ୍ଧା ସାରା ଦେଶକୁ ଯକ୍ଷ୍ମା ମୁକ୍ତ କରିବା ଲକ୍ଷ୍ୟ ନେଇ ସରକାର ଏହି ଅଭିଯାନ ଆରମ୍ଭ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦ ଆର୍ଥିକ ବଜେଟ୍‌ ଉପସ୍ଥାପନା କରିବା ବେଳେ ଏହା ଘୋଷଣା କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଗତ ବର୍ଷ ସେପ୍ଟେମ୍ବର ମାସରେ ‘ଟିବି ହାରିବ, ଦେଶ ଜିତିବ’ ଅଭିଯାନ ଆରମ୍ଭ କରିଥିଲେ। ଏହାକୁ କିଭଳି ସାରା ଦେଶରେ ପହଞ୍ଚାଯିବା ଏବଂ ଦେଶକୁ କିଭଳି ଯକ୍ଷ୍ମା ମୁକ୍ତ କରାଯିବ ସେନେଇ ଅର୍ଥମନ୍ତ୍ରୀ ଏହି ଯୋଜନାକୁ ବଜେଟ୍‌ରେ ସ୍ଥାନ ଦେଇଛନ୍ତି।

୨୦୨୦-୨୧ ଆର୍ଥିକ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱାସ୍ଥ୍ୟ କ୍ଷେତ୍ରକୁ ବଶେଷ ଦୃଷ୍ଟି ଦେଇଛନ୍ତି। ସ୍ୱାସ୍ଥ୍ୟ ଯୋଜନା ପାଇଁ ପ୍ରାୟ ୭୦ ହଜାର କୋଟି ଟଙ୍କାର ଘୋଷଣା କରାଯାଇଛି। ଆୟୁଷ୍ମାନ ଯୋଜନାରେ ମେଡିକାଲ ସଂଖ୍ୟା ବୃଦ୍ଧି,  ମିସନ ଇନ୍ଦ୍ରଧୁନର ବିସ୍ତାର, ଫିଟ୍‌ ଇଣ୍ଡିଆ ଅଭିଯାନର ବିକାଶ ଭଳି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।

Comment