ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆପଣଙ୍କ ପାଖରେ ପାନ୍‌ ନମ୍ବର ନାହିଁ କି? ପାନ୍‌ ନମ୍ବର ନଥିବାରୁ ଆପଣ ଅସୁବିଧାରେ ପଡୁଛନ୍ତି କି? ଏଥର ଚିନ୍ତା କରିବାର ନାହିଁ। କାରଣ ପାନ୍‌ ନମ୍ବରକୁ ନେଇ ବଜେଟ୍‌ରେ ମୋଦୀ ସରକାର ବଡ଼ ଘୋଷଣା କରିଛନ୍ତି। ଯଦି ଆଧାର କାର୍ଡ ଆପଣଙ୍କ ପାଖରେ ଅଛି ତାହାଲେ ପାନ୍‌ ସାଙ୍ଗେ ସାଙ୍ଗେ ମିଳିଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।

ପାନ୍‌ ପାଇଁ କୌଣସି ଆବେଦନ ଫର୍ମ ଭରିବାକୁ ପଡ଼ିବ ନାହିଁ।

ନିର୍ମଳା ସୀତାରମଣ କହିଛନ୍ତି, ‘‘ଟିକସଦାତାଙ୍କ ଆଧାର ଭେରିଫିକିସନ୍‌ ମଧ୍ୟ ଆରମ୍ଭ କରାଯିବ। ଆଧାର ଜରିଆରେ ତୁରନ୍ତ ଅନଲାଇନ୍‌ ପାନ୍ ଆବଣ୍ଟନ କରାଯିବ।’’

ଆୟକର ଆଇନ ଅନୁଯାୟୀ କୌଣସି ବ୍ୟକ୍ତିଙ୍କୁ ଟିକସ ଭରିବା ସମୟରେ ନିଜର ଆଧାର ନମ୍ବର ଉଲ୍ଲେଖ କରିବା ଜରୁରୀ।

Comment