ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଖଣି ନିଗମରେ ଜେନେରାଲ ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରି ପାରିବେ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ www.omcltd.in ସାଇଟ୍‌ରୁ ଆବେଦନପତ୍ର ଡାଉନ୍‌ଲୋଡ୍‌ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଫେବ୍ରୁଆରି ୨୦।

 

ଜେନେରାଲ ମ୍ୟାନେଜର ଆଇଟି (ଗୋଟିଏ ପଦବୀ):

ଶିକ୍ଷାଗତ ଯୋଗ୍ୟତା-  କମ୍ପ୍ୟୁଟର ସାଇନ୍ସ/ଆଇଟିରେ ବି.ଇ/ବି.ଟେକ୍‌ କରିଥିବେ କିମ୍ବା ସିଷ୍ଟମ ମ୍ୟାନେଜମେଣଅଠଏ ଏମ୍‌ବିଏ/ପିଜିଡିଏମ୍‌ କରିଥିବେ।

ବୟସ ସୀମା– ୨୦୧୯ ଡିସେମ୍ବର ୩୧ ସୁଦ୍ଧା ୪୦ରୁ ୫୨ ବର୍ଷ ହୋଇଥିବା ଆବଶ୍ୟକ।

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ OMC ଓ୍ଵେବସାଇଟ୍‌ www.omcltd.in କୁ ଯାଇ ଦରଖାସ୍ତ ଫର୍ମ ଡାଉନଲୋଡ୍‌ କରିବେ। ପରେ ଦରଖାସ୍ତ ଫର୍ମ ପୂରଣ କରି ସାର୍ଟିଫିକେଟ ସହ ସ୍ପିଡ୍‌ ପୋଷ୍ଟ କିମ୍ଵା କୋରିୟର କରିପାରିବେ। ସ୍ପିଡ୍‌ ପୋଷ୍ଟ କଲା ବେଳେ କୋରିୟର ଉପରେ “APPLICATION FOR THE POST OF General Manager (IT)“ ଲେଖିବାକୁ ପଡ଼ିବ।

ଏହାସହ ଜେନେରାଲ ମ୍ୟାନେଜର, ଓଡ଼ିଶା ମିନେରାଲ ଏକ୍ସପ୍ଲୋରେସନ୍‌ କର୍ପୋରେସନ ଲିମିଟେଡ୍‌, ଓଏମ୍‌ସି ହାଉସ୍‌, ଭୁବନେଶ୍ଵର-୭୫୧୦୦୧ରେ ଫେବ୍ରୁଆରି ୨୦ ତାରିଖ ସୁଦ୍ଧା ପଠାଇବାକୁ ହେବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବା ପାଇଁ www.omcltd.in ଓ୍ଵେବ୍‌ସାଇଟ୍‌ କୁ ଯାଆନ୍ତୁ।

Comment