ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏ ବର୍ଷ ସପ୍ତାହେ ଧରି ପାଳନ ହେବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ। ବିଜେଡି କାର୍ଯ୍ୟାଳୟରେ ବସିଥିବା ପ୍ରସ୍ତୁତି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି।

ମାର୍ଚ୍ଚ ୫ରେ ବିଜୁ ବାବୁଙ୍କ ଜନ୍ମଦିନ। ଏହି ଦିନ ବିଜେଡି ସରକାରକୁ ୨୦ ବର୍ଷ ପୂରିବ। ଏହି ଉପଲକ୍ଷେ ବିଜୁ ବାବୁଙ୍କ ଜୟନ୍ତୀ ୭ ଦିନ ଧରି ପାଳନ କରିବାକୁ ବିଜେଡି ଘୋଷଣା କରିଛି।

ଜନ୍ମସ୍ଥାନ କଟକରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମ  ବ୍ଲକ୍‌ ସ୍ତରରୁ ରାଜ୍ୟ ସ୍ତରୀୟ ପର୍ଯ୍ୟନ୍ତ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ଛାମୁଆ ସଙ୍ଗଠନ ଯୁବକ, ମହିଳା ଓ ଛାତ୍ର  ସଙ୍ଗଠନ ଏଥିରେ ସାମିଲ ହେବେ।

Comment