ଓଡ଼ିଶାଲାଇଭ୍ ବ୍ୟୁରୋ

ହାମିଲଟନରେ ନ୍ୟୁଜିଲାଣ୍ଡଠୁ ହାରିଲା ଟିମ୍ ଇଣ୍ଡିଆ। ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ ପରେ ପ୍ରଥମ ଦିନିକିଆରେ ପରାଜୟର ସ୍ୱାଦ ଚାଖିଛି ଭାରତୀୟ କ୍ରିକେଟ୍ ଦଳ।

ବୁଧବାର ନ୍ୟଜିଲାଣ୍ଡର ହାମିଲଟନରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା। ନ୍ୟୁଜିଲାଣ୍ଡ ଟସ୍ ଜିତି ଏହି ମ୍ୟାଚରେ ପ୍ରଥମେ ବୋଲିଂ କରିବ ବୋଲି ନିଷ୍ପତ୍ତି ନେଇଥିଲା। ଏହାପରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍ ହରାଇ ୩୪୭ ରନ୍ କରିଥିଲା। ଶ୍ରେୟାସ ଆୟର ଏହି ଇଂନିସରେ ନିଜର ଦମଦାର ଶତକ ଅର୍ଜନ କରିଥିଲେ।

ପ୍ରଥମ ଦିନିକିଆରେ ବିଜୟୀ ହେବା ପାଇଁ ନ୍ୟୁଜିଲାଣ୍ଡକୁ ୩୪୮ ଆବଶ୍ୟକ ହେଉଥିଲା। ନ୍ୟୁଜିଲାଣ୍ଡ ଦଳ ଏହି ଲକ୍ଷ୍ୟକୁ ଅତି ସହଜରେ ହାସଲ କରିନେଇଛି। ନିୟମିତ ଅଧିନାୟକ କେନ୍ ୱିଲିମସନଙ୍କ ଅନୁପସ୍ଥିତିରେ ଅଭିଜ୍ଞ ଖେଳାଳି ରସ୍ ଟେଲରଙ୍କ ଧୁଆଁଧାର ଶତକ ଆଗରେ ହାର୍ ମାନିଛନ୍ତି ଭାରତୀୟ ଖେଳାଳି।

ଏଥିସହିତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ନ୍ୟୁଜିଲାଣ୍ଡ ୧-୦ରେ ଆଗୁଆ ରହିଛି।

Comment