ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ଧାନ ବୋଝେଇ ଟ୍ରକ। ଫଳରେ ଡ୍ରାଇଭର ସହ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜଶୀପୁର ରରୁଆଁ ରୋଡ୍‌ ମଉଦି ପୋଲରେ। ସମସ୍ତ ଗୁରୁତରଙ୍କୁ ଜଶୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ଟ୍ରକଟି ରରୁଆଁ ଲାମ୍ପସରୁ ଧାନ ସଂଗ୍ରହ କରି ରାଇରଙ୍ଗପୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଟ୍ରକଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଡ଼ିଥିଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ଡ୍ରାଇଭର ସମେତ ୩ଜଣଙ୍କୁ ଉଦ୍ଧାର କରିଥିଲେ।

ଏନେଇ ଜଶୀପୁର ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଟ୍ରକକୁ ଉଦ୍ଧାର କରିଥିଲେ। ଏହାସହ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।

Comment