ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ଟାଙ୍ଗରପାଲି ମହୁଲପାଲି ଗ୍ରାମପଞ୍ଚାୟତ ଲେଭେଲ୍‌ ଫେଡେରେସନ୍‌ (GPLF)ରେ ପ୍ରୋଗ୍ରାମ ମ୍ୟାନେଜର, ଆକାଉଣ୍ଟାଣ୍ଟଏବଂ ଏମ୍‌ଆଇଏସ୍‌ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଫେବ୍ରୁଆରି ୧୦ ଯାଏଁ ଏଥିରେ ଆବେଦନ କରିପାରିବେ।

ପ୍ରୋଗ୍ରାମ ମ୍ୟାନେଜର:

  •  ପଦବୀ ସଂଖ୍ୟା – ୧
  • ଶିକ୍ଷାଗତ ଯୋଗ୍ୟତା – ଯେକୌଣସି ବିଭାଗରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ ଏବଂ ଉନ୍ନୟନ ବିଭାଗରେ ଅତିକମ୍‌ରେ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ବୟସ ସୀମା– ୨୦୧୯ ଡିସେମ୍ବର ୩୧ ସୁଦ୍ଧା ୪୦ ବର୍ଷରୁ କମ୍‌ ବୟସ୍କ ବ୍ୟକ୍ତି
  • ଦରମା– ୨୦,୦୦୦ ଟଙ୍କା

ଆକାଉଣ୍ଟାଣ୍ଟ:

  •  ପଦବୀ ସଂଖ୍ୟା – ୧
  • ଶିକ୍ଷାଗତ ଯୋଗ୍ୟତା– କମର୍ସରେ ସ୍ନାତକ କରିବା ସହ ଆକାଉଣ୍ଟାଣ୍ଟିଂରେ ଅତିକମ୍‌ରେ ୩ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ବୟସ ସୀମା– ୨୦୧୯ ଡିସେମ୍ବର ୩୧ ସୁଦ୍ଧା ୩୦ ବର୍ଷରୁ କମ୍‌ ବୟସ୍କ ବ୍ୟକ୍ତି
  • ଦରମା– ୧୨,୦୦୦ ଟଙ୍କା

ଏମ୍‌ଆଇଏସ୍‌ ଆସିଷ୍ଟାଣ୍ଟ:

  •  ପଦବୀ ସଂଖ୍ୟା – ୧
  • ଶିକ୍ଷାଗତ ଯୋଗ୍ୟତା– ଯେକୌଣସି ବିଭାଗରେ ସ୍ନାତକ କରିବା ସହ ପିଜିଡିସିଏ/ଡିସିଏ କରିଥିବେ ଏବଂ ଡାଟା ଏଣ୍ଟ୍ରି ଅପ୍‌ଲୋଡିଂ, କଲେକ୍ସନ୍‌ ଏବଂ ଭାଲିଡେସନ୍‌ରେ ଅତିକମ୍‌ରେ ୨ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ବୟସ ସୀମା– ୨୦୧୯ ଡିସେମ୍ବର ୩୧ ସୁଦ୍ଧା ୩୦ ବର୍ଷରୁ କମ୍‌ ବୟସ୍କ ବ୍ୟକ୍ତି
  • ଦରମା– ୧୦,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଆବେଦନକାରୀମାନେ ଡାକ ମାଧ୍ୟମରେ ନିଜର ଆବେଦନପତ୍ର ପଠାଇବେ। ଏହା ସହ ସମସ୍ତ ଦରକାରୀ କାଗଜ ପତ୍ର, ପ୍ରମାଣପତ୍ର ଆଦିକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ନିମ୍ନଲିଖିତ ଠିକଣାରେ ପଠାଇବାକୁ ହେବ।

ଠିକଣା:

ପ୍ରେସିଡେଣ୍ଟ, ମହୁଲପାଲି ଗ୍ରାମପଞ୍ଚାୟତ ଲେଭେଲ୍‌ ଫେଡେରେସନ୍‌, ଆଟ୍‌/ପୋଷ୍ଟ – ଜି. ମହୁଲପାଲି, ଜିଲ୍ଲା- ସୁନ୍ଦରଗଡ଼, ପିନ୍‌- ୭୭୦୦୦୨

  • ପ୍ରାର୍ଥୀମାନଙ୍କୁ ଏନ୍‌ଭେଲପ୍‌ ଉପରେ ଆବେଦନ କରୁଥିବା ପଦବୀ ସୂଚିତ କରିବାକୁ ହେବ।

କେଉଁ ଡକ୍ୟୁମେଣ୍ଟସ୍‌ ପଠାଇବେ?

  • ମାଟ୍ରିକ/ଏଚ୍‌ଏସ୍‌ସି ସାର୍ଟିଫିକେଟ ଏବଂ ମାର୍କ ସିଟ୍‌
  • +୨ ସାର୍ଟିଫିକେଟ ଏବଂ ମାର୍କ ସିଟ୍‌
  • ସ୍ନାତକ ସାର୍ଟିଫିକେଟ ଏବଂ ମାର୍କ ସିଟ୍‌
  • ସ୍ନାତକୋତ୍ତର ସାର୍ଟିଫିକେଟ ଏବଂ ମାର୍କ ସିଟ୍‌
  • ଓ୍ଵାର୍କ ଏକ୍ସପେରିଏନ୍ସ ସାର୍ଟିଫିକେଟ
  • କମ୍ପ୍ୟୁଟର ପ୍ରୋଫିସିଏନ୍‌ସି ସାର୍ଟିଫିକେଟ (ପିଜିଡିସିଏ, ଡିସିଏ)
  • ରେସିଡେନ୍‌ସିଆଲ୍‌ ସାର୍ଟିଫିକେଟ
  • କାଷ୍ଟ୍‌ ସାର୍ଟିଫିକେଟ
  • ଗୋଟିଏ ଫଟୋଗ୍ରାଫ

ଏହି ବିଜ୍ଞପ୍ତି ସମ୍ବନ୍ଧିତ ଯେକୌଣସି ତଥ୍ୟ ପାଇଁ www.sundergarh.nic.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment