ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ହାର୍ଡଲି ଛକ ନିକଟରେ ଶୁକ୍ରବାର ଗୋଟିଏ ଟ୍ରକ ଓ ବାଇକ୍ ମୁହାଁମୁହିଁ ହୋଇଛନ୍ତି। ଏହି ଦୁର୍ଘଟଣାରେ ତିନିଜଣ ବାଇକ ଆରୋହୀ ମୃତ୍ୟୁବରଣ କରିଛନ୍ତି।

ମୃତ ତିନି ଜଣ ବ୍ୟକ୍ତି ଜଗଦଲପୁର ମାଡ଼ପାଲ ଅଞ୍ଚଳର ସ୍ଥାନୀୟ ବାସିନ୍ଧା ବୋଲି ଜଣାପଡ଼ିଛି। ସେମାନଙ୍କ ନାଁ ଭଜନ ସିଂହ ସାହାଣୀ, ପ୍ରୀତମ ସରଦୁଲ ଏବଂ ସମ୍ବରୁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେମାନେ ସମସ୍ତେ ଚରମୂଳା ଗ୍ରାମରେ ଏକ ବିବାହ ଭୋଜିରେ ଯୋଗଦେବାକୁ ଯାଇଥିଲେ।

ସେଠାରୁ ଫେରୁଥିବାବେଳେ ରାସ୍ତାର ବିପରୀତ ଦିଗରୁ ଆସୁଥିବା ଏକ ଟିପର ତାଙ୍କୁ ଧକ୍କା ଦେଇଥିଲା। ଏହାପରେ ତିନି ଜଣ ବାଇକ୍ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରୁ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟପଟେ ପୋଲିସ ଟିପରକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Comment