ଓଡ଼ିଶାଲାଇଭ୍‌ ବ୍ୟୁରୋ

ଥାଇଲାଣ୍ଡର ନାକାହୋନ୍‌ ରାଟ୍‌ଚାସୀମା ସହରରେ ଜଣେ ଯବାନ ସାଧାରଣ ଜନତାଙ୍କ ଉପରକୁ ଅଖିବୁଜା ଗୁଳିଚାଳନା କରିଛନ୍ତି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଲୋକ ଆହତ ହୋଇଛନ୍ତି। ଯବାନ ଜଣକ ହେଉଛନ୍ତି ଜାକ୍ରାପନ୍ଥ ଥୋମା। ସେ ଥାଇଲାଣ୍ଡ ସୈନ୍ୟବାହିନୀରେ କାର୍ଯ୍ୟରତ ଥିଲେ।

ଏହି କାଣ୍ଡ ପୂର୍ବରୁ ଅଭିଯୁକ୍ତ ଯବାନ ଜଣକ ପେସବୁକ୍‌ରେ ବନ୍ଧୁକ ସହ ଫଟୋ ପୋଷ୍ଟ କରିଥିଲେ। ଏଥିରେ ସେ ଲେଖିଥିଲେ, “ମୃତ୍ୟୁ ସମସ୍ତଙ୍କୁ ଡାକୁଛି”। ହେଲେ ପୋଲିସ ଏଯାଏଁ ଅଭିଯୁକ୍ତକୁ ଧରିବାରେ ଅସଫଳ ରହିଛି।

ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌ଠାରୁ ୨୫୦ କିଲୋମିଟର ଦୂରରେ ଥିବା ଉତ୍ତର-ପୂର୍ବ ଅଞ୍ଚଳରେ ଯବାନ ଜଣକ ଏହି ଗୁଳିଚାଳନା କରିଥିଲେ। ଏକ ସପିଂ ମଲ୍‌ ପାଖରେ ଗୁଳିଚାଳନା କରି ସର୍ବାଧିକ ଲୋକଙ୍କୁ ହତ୍ୟା କରିଥିଲା।

LEAVE A REPLY

Please enter your comment!
Please enter your name here