ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ହାଓଡୀ ମୋଦୀ’ ପରେ ଏବେ ବ୍ୟାଙ୍କକକ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସାୱସଦୀ ପିଏମ୍‌ ମୋଦୀ’ କାର୍ଯ୍ୟକ୍ରମ। ବ୍ୟାଙ୍କକକ୍‌ରେ ପ୍ରବାସୀ ଭାରତୀୟଙ୍କୁ କଲେ ସମ୍ବୋଧିତ।

ଆମେରିକାର ହଷ୍ଟନ ସହରରେ ଆୟୋଜିତ ‘ହାଓଡୀ ମୋଦୀ’ କାର୍ଯ୍ୟକ୍ରମ ପରେ ଏବେ ବ୍ୟାଙ୍କକକ୍‌ରେ ‘ସାୱସଦୀ ପିଏମ୍‌ ମୋଦୀ’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ପ୍ରଧାନମନ୍ତ୍ରୀ ମୋଦୀ ୩ ଦିନିଆ ଥାଇଲାଣ୍ଡ ଗସ୍ତରେ ଯାଇଛନ୍ତି। ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଆୟୋଜିତ ‘ସାୱସଦୀ ପିଏମ୍‌ ମୋଦୀ’ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କୁ ସମ୍ବୋଧିତ କରିଛନ୍ତି।

ଏହି ଅବସରରେ ମୋଦୀ ଥାଇଲାଣ୍ଡ ଓ ଭାରତର ସମ୍ପର୍କ ବିଷୟରେ କହିଥିଲେ ମେଦୀ କହିଥିଲେ, “ଥାଇଲାଣ୍ଡର କଳା, ସଂସ୍କୃତି, ଖାଦ୍ୟପେୟରେ ଭାରତୀୟ ଛାପ ରହିଛି। ପ୍ରଭୁ ରାମଚନ୍ଦ୍ର ଏବଂ ବୁଦ୍ଧଙ୍କ କରୁଣା ଭାରତୀୟଙ୍କ ଉପରେ ରହିଛି। ପ୍ରଭୁ ରାମଙ୍କ ବାହନ ଗରୁଡ଼ ପ୍ରତି ଥାଇଲାଣ୍ଡରେ ଅଶେଷ ଶ୍ରଦ୍ଧା ରହିଛି। ଥାଇଲାଣ୍ଡ ସହ ଭାରତର ହୃଦୟର ସମ୍ପର୍କ ରହିଛି।”

ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକକ୍‌ର ନିମିବୁତ୍ର ଷ୍ଟାଡିୟମରେ ଆୟୋଜିତ ହୋଇଛି ‘ସାୱସଦୀ ପିଏମ୍‌ ମୋଦୀ’ କାର୍ଯ୍ୟକ୍ରମ। ତେବେ ଆପଣ ଜାଣିଛନ୍ତି କି, ସାୱସଦୀ ପିଏମ୍‌ ମୋଦୀର ଅର୍ଥ କ’ଣ? ଏହା ସଂସ୍କୃତ ଶବ୍ଦ ସ୍ୱସ୍ତିରୁ ଆସିଛି। ଥାଇ ଭାଷାରେ ସାୱସଦୀ ଅର୍ଥ ହେଉଛି ଭଲରେ ରହିବା। ତେବେ ‘ସାୱସଦୀ ପିଏମ୍‌ ମୋଦୀ’ର ଅର୍ଥ ହେଉଛି ପ୍ରଧାନମନ୍ତ୍ରୀ ମୋଦୀ, ଅପାଣ କେମିତି ଅଛନ୍ତି।

ଏହା ପୂର୍ବରୁ ମୋଦୀ ଆମେରିକାର ହଷ୍ଟନ ସହରରେ ‘ହାଓଡୀ ମୋଦୀ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆମେରିକାରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ ନିଜ ବକ୍ତବ୍ୟ ରଖିଥିଲେ। ଇଂରାଜୀରେ ‘ହାଓଡୀ ମୋଦୀ’ର ମାନେ ‘ହାଓ ଡୁ ୟୁ ଡୁ ମୋଦୀ’ ଅର୍ଥାତ୍‌ କେମିତି ଅଛନ୍ତି ମୋଦୀ।

Comment