ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁକ୍ରବାର ସକାଳ ୮ଟାରୁ ଦିଲ୍ଲୀରେ ଭୋଟ ଆରମ୍ଭ ହୋଇଛି। ସମୁଦାୟ ୭୦ଟି ଆସନରେ ମତଦାନ ଜାରି ରହିଛି। ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରଓ୍ୱାଲ ସପରିବାର ସହ ଭୋଟ ଦେଇଛନ୍ତି। ଉତ୍ତର ଦିଲ୍ଲୀର ସିଭିଲ ଲାଇନସ୍ଥିତ ମତଦାନ କେନ୍ଦ୍ରରେ କେଜିରଓ୍ୱାଲ ଓ ତାଙ୍କ ପରିବାର ଭୋଟ ଦେଇଛନ୍ତି। ଭୋଟ ଦେବା ପରେ କେଜିରଓ୍ୱାଲ ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

‘‘ଦିଲ୍ଲୀର ଉନ୍ନତି ପାଇଁ ଆପ୍‌ ସବୁବେଳେ କାମ କରିଛି। ମୋର ବିଶ୍ୱାସ ଦିଲ୍ଲୀବାସୀ ତୃତୀୟ ଥର ପାଇଁ ଆପ୍‌କୁ ହିଁ ସରକାର ଭାବେ ବାଛିବେ’’ କହିଛନ୍ତି କେଜିରଓ୍ୱାଲ।

ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢୁଛନ୍ତି। ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବିଜେପିର ସୁନୀଲ ଯାଦବ ଏବଂ କଂଗ୍ରେସର ରୋମେଶ ସାଭରଓ୍ଵାଲ୍‌।

Comment