ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ଵକପ୍‌ ଫାଇନାଲ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପାଇଁ ଟସ୍‌ ପଡ଼ି ସାରିଛି। ଏଥିରେ ବାଂଲାଦେଶ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ତେଣୁ ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରିବ।

ଭାରତ ସେମିଫାଇନାଲରେ ପାକିସ୍ତାନକୁ ୧୦ ଓ୍ଵିକେଟ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ବାଂଲାଦେଶ ମଧ୍ୟ ଦ୍ଵିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୬ ଓ୍ଵିକେଟ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା। ବର୍ତ୍ତମାନ ଏହି ଦୁଇ ଏସୀୟ ଦଳ ମଧ୍ୟରେ ବିଶ୍ଵକପ ଫାଇନାଲ ମ୍ୟାଚ ଖେଳାଯିବ।

ଚଳିତ ବିଶ୍ଵକପରେ ଭାରତ ଚମତ୍କାର ଫର୍ମରେ ରହିଛି। ଭାରତ ପକ୍ଷରୁ ଦୁଇ ଓପନର ବାଂଲାଦେଶ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରିଛନ୍ତି। ସେହିପରି ଯଶସ୍ଵୀ ଯୟଶ୍ଵାଲ ବର୍ତ୍ତମାନ ଚମତ୍କାର ଫର୍ମରେ ରହିଛନ୍ତି। ଏହି ବିଶ୍ଵକପରେ ସେ ୫ଟି ମ୍ୟାଚରେ ୩ଟି ଅର୍ଦ୍ଧଶତକ, ଗୋଟିଏ ଶତକ ହାସଲ କରିଛନ୍ତି।

ସେହିପରି ବାଂଲାଦେଶ ପ୍ରଥମଥର ପାଇଁ ୧୯ ବର୍ଷରୁ କମ୍‌ ବିଶ୍ଵକପର ଫାଇନାଲରେ ପହଞ୍ଚିଛି। ଦଳ ଏହି ମ୍ୟାଚ ଜିତି ପ୍ରଥମ ଟାଇଟଲ ହାସଲ କରିବା ଲକ୍ଷ୍ୟରେ ରହିବ। ଭାରତ ମଧ୍ୟ ଲଗାତାର ଦ୍ଵିତୀୟଥର ପାଇଁ ଟାଇଟଲ ବିଜୟ ଲକ୍ଷ୍ୟରେ ରହିବ।

Comment