ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରହ୍ମପୁରରେ ଏକ ଯାତ୍ରୀବାହୀ ବସ୍‌ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ୧୧ଜଣଙ୍କ ମୃତ୍ୟୁ ଘଟଣାରେ ତିୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି। ଶକ୍ତି ବିଭାଗର ଉଦାଦସୀନତା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି।

ମୃତ ଏବଂ ଆହତ ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ବିଜେପି ଦାବି କରିଛି। ଏହାସହ କାର୍ଯ୍ୟରେ ଅବହେଳା କରିଥିବା ବିଜୁଳି ବିତରକ କମ୍ପାନି ସାଉଥ୍‌କୋ ସିଇଓଙ୍କୁ ତୁରନ୍ତ ଗିରଫ କରିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି।

‘‘ବିଜୁଳି ସେବା ଯୋଗାଉଥିବା ବିତରକ କମ୍ପାନିଙ୍କ ଉପରେ ରାଜ୍ୟସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ। ବିଜୁଳି ବିତରକ କମ୍ପାନିମାନେ ମନମୁଖି କାର୍ଯ୍ୟ କରୁଛନ୍ତି। ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଅତୀତରେ ଢେଙ୍କାନାଳ ଜିଲ୍ଲା ଭୁବନଠାରେ ଯାତ୍ରିବାହୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା କାରଣରୁ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ହେଲେ ରାଜ୍ୟ ସରକାର କୌଣସି ସ୍ଥାୟୀ ପଦକ୍ଷେପ ନନେବା ଦୁର୍ଭାଗ୍ୟଜନକ’’, କହିଛନ୍ତି ଗୋଲକ ମହାପାତ୍ର।

ଗତକାଲି ବାଲେଶ୍ୱର ଜିଲ୍ଲା ବାଲିଆପାଳଠାରେ ୬୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ପୂର୍ବରୁ ବର୍ତ୍ତିଯାଇଛି। ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏଭଳି ଏକ ବଡ ଅଘଟଣରୁ ଯାତ୍ରୀମାନେ ସୁରକ୍ଷିତ ରହିଥିବା କହିଛନ୍ତି ଶ୍ରୀ ମହାପାତ୍ର।

Comment