ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ରାସ୍ତା ଉପରେ ଛିଣ୍ଡିଲା ବିଦ୍ୟୁତ ତା’ର। ଅଳ୍ପକେ ବର୍ତ୍ତିଗଲେ ବାଇକ ଆରୋହୀ ଦାଦା ପୁତୁରା। ଭଦ୍ରକ ଧାମରା ନିକଟରେ ଏହି ଅଘଟଣ ଘଟିଛି।

ଉଭୟ ଦାଦା ପୁତୁରା ସାମାନ୍ୟ ଆହତ ହୋଇଥିଲା ବେଳେ ବିଦ୍ୟୁତ ସଂସ୍ପର୍ଶରେ ବାଇକ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି। ସୋମବାର ଭୋରୁ ଭୋରୁ ଧାମରା ଥାନା ଅନ୍ତର୍ଗତ ଗୁଆଳ ଗାଁରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା।

ସେହି ଗାଁର ଦୁର୍ଯ୍ୟୋଧନ ରାଉଳ ଓ ତାଙ୍କ ପୁତୁରା ବାଇକରେ ନିକଟ ବଜାରକୁ ଯାଉଥିଲା ବେଳେ ବିଦ୍ୟୁତ୍ ତାର ତାଙ୍କ ଉପରେ ଛିଣ୍ଡି ପଡିଥିଲା। ବିଦ୍ୟୁତ ଝଟକାରେ ଦୁହେଁ ତଳେ ପଡିଯାଇଥିଲେ ମଧ୍ୟ ବାଇକଟି ତାରରେ ଲାଗି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲା।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/GdDI3XxY4zRF106ts2biAQ

Comment