ଓଡ଼ିଶାଲାଇଭ୍‌ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାହାଘରର ମାତ୍ର ମାସେ ପରେ ନୂଆବୋହୂର ମୃତ୍ୟୁ। ଯୌତୁକ ପାଇଁ ଶାଶୂଘର ଲୋକେ ବୋହୂକୁ ମାରିଦେଇଥିବା ବୋହୂର ବାପଘର ଲୋକେ କରିଛନ୍ତି ଅଭିଯୋଗ।

ମୟୂରଭଞ୍ଜ କପ୍ତିପଦା ଥାନା ଉପରଖୁଣ୍ଟା ଗାଁରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୃତକ ହେଉଛନ୍ତି ଭଦ୍ରକ ରାଣୀତାଲ ଅଞ୍ଚଳର ୧୫ ବର୍ଷିୟା ନାବାଳିକା ମାନ ଖିଲାର। ସେ ମାସେ ପୂର୍ବରୁ କପ୍ତିପଦା ଉପରଖୁଣ୍ଟା ଗାଁର ରବି ଖିଲାରଙ୍କୁ ପ୍ରେମ ବିବାହ କରିଥିଲେ।

ରବିବାର ଦିନ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଖବର ପାଇଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ଝିଅର ମୁଣ୍ଡ ଓ ଛାତିରେ କ୍ଷତ ଚିହ୍ନ ଥିବା ଦେଖିବା ପରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଲକ୍ଷେ ଟଙ୍କା ଦେଇନପାରିବାରୁ ଭଉଣୀକୁ ହତ୍ୟା କରାଯାଇଥିବା ନାବାଳିକାଙ୍କ ଭାଇ କହିଛନ୍ତି।

Comment