ଓଡ଼ିଶାଲାଇଭ୍ ବ୍ୟୁରୋ

ଭଦ୍ରକ କୋରକୋରାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଫେବ୍ରୁଆରି ୨୫ ତାରିଖରେ ଏଥିପାଇଁ ୱାକ୍ ଇନ୍ ଇଣ୍ଟରଭ୍ୟୁ ଏହି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ।

ପଦବୀ:

  • ପିଜିଟି- କେମେଷ୍ଟ୍ରୀ, ଫିଜିକ୍ସ, ବାୟୋଲୋଜୀ, ଇଂରାଜୀ, ଗଣିତ, ହିନ୍ଦୀ, ଅର୍ଥନୀତି, ସଂସ୍କୃତ, ବାଣିଜ୍ୟ, କମ୍ପ୍ୟୁଟର ସାଇନ୍ସ
  • ଟିଜିଟି- ଇଂରାଜୀ, ଗଣିତ, ବିଜ୍ଞାନ, ହିନ୍ଦୀ, ଏସ୍‌ଏସ୍‌ଟି, ସଂସ୍କୃତ
  • ପିଆର୍‌ଟି
  • କମ୍ପ୍ୟୁଟର ଇନ୍‌ଷ୍ଟ୍ରକ୍ଟର୍‌
  • ନର୍ସ
  • ମ୍ୟୁଜିକ୍‌ କୋଚ୍‌
  • କାଉନ୍‌ସେଲର୍‌

ଇଣ୍ଟରଭ୍ୟୁ ସମୟ– ଫେବ୍ରୁଆରି ୨୫ ସକାଳ ୮ଟା

ଆବେଦନ ପ୍ରକ୍ରିୟା:

ଆବେଦନକାରୀମାନେ ନିଜର ବାୟୋଡାଟା, ସମସ୍ତ ଶିକ୍ଷାଗତ ସାର୍ଟିଫିକେଟ୍‌ (ଅରିଜିନାଲ୍‌ ଏବଂ ଜେରକ୍ସ) ଏବଂ ୨ଟି ପାସ୍‌ପୋର୍ଟ ସାଇଜ୍‌ ଫଟୋକପି ସହ ନିମ୍ନଲିଖିତ ଠିକଣାରେ ପହଞ୍ଚିଯିବାକୁ କୁହାଯାଇଛି।

କେନ୍ଦ୍ରୀୟ ବିଦ୍ୟାଳୟ ଭଦ୍ରକ, କୋରକୋରା ରୋଡ୍‌, ଅର୍ଣ୍ଣପାଳ ରୋଡ୍‌, ଭଦ୍ରକ-୭୫୬୧୧୬

ଏହି ନିଯୁକ୍ତି ବିଷୟରେ ଅଧିକ ଜାଣିବା ପାଇଁ www.bhadrak.kvs.ac.in ଓ୍ଵେବ୍‌ସାଇଟ୍‌ ଲଗ୍‌ଇନ୍‌ କରନ୍ତୁ।

Comment