ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖାରଜ ହେଲା ଅନୁପ ସାଏଙ୍କ ଜାମିନ ଆବେଦନ। ଜାମିନ ଖାରଜ କଲେ ରାୟଗଡ଼ କୋର୍ଟ। ଜାମିନ ଖାରଜ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଝାରସୁଗୁଡ଼ା ଡବଲ ମର୍ଡର ଘଟଣାରେ ଗିରଫ ଅନୁପଙ୍କୁ ଗିରଫ କରିଥିଲା ରାୟଗଡ଼ ପୋଲିସ।

ଛତିଶଗଡ଼ ପୋଲିସ ବୁଧବାର ରାତିରେ ଝାରସୁଗୁ଼ଡ଼ାରୁ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଥିଲା। କଳ୍ପନା ଦାସ୍‌ ନାମକ ଜଣେ ମହିଳା ଓ ତାଙ୍କ ନାବାଳିକ ଝିଅକୁ ହତ୍ୟା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଜେରା ପରେ ସବୁ ସତ କଥା ମାନି ନେଇଥିଲେ ଅନୁପ। ସେ ନିଜେ କଳ୍ପନା ଓ ତାଙ୍କ ଝିଅକୁ ହତ୍ୟା କରିଥିବା ମାନି ଥିଲେ।

୨୦୦୫ ମସିହାରେ କଳ୍ପନାଙ୍କ ଛାଡ଼ପତ୍ର ହେବା ପରେ ଅନୁପଙ୍କ ସହ ତାଙ୍କର ସଂପର୍କ ଗଢ଼ି ଉଠିଥିଲା। ଦୁହେଁ ଭୁବନେଶ୍ଵରରେ ଏକାଠି ରହିଥିଲେ। ପରେ କଳ୍ପନା ବିବାହ ପାଇଁ ଜିଦ୍‌ ଧରିଥିଲା। ଯେଉଥିପାଇଁ ଚିନ୍ତାରେ ପଡ଼ିଯାଇଥିଲେ ଅନୁପ। କଳ୍ପନାକୁ ସବୁ ଦିନରୁ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା।

କଳ୍ପନାକୁ ବିବାହର ପ୍ରତିଶ୍ରୁତି ଦେଇ ନିଜ ବିଶ୍ଵସ୍ତ ଡ୍ରାଇଭର ସହାୟତାରେ ରାୟଗଡ଼ ନେଇଯାଇଥିଲେ। ସେଠାରେ ଏକ ଜଙ୍ଗଲ ପାଖରେ ଗାଡ଼ି ରଖି ରଡ୍‌ରେ ପିଟିପିଟି କଳ୍ପନାକୁ ହତ୍ୟା କରିଥିଲେ। ହତ୍ୟା ବିଷୟରେ କଳ୍ପନାଙ୍କ ଝିଅ ଜାଣିଥିବାରୁ ତାକୁ ମଧ୍ୟ ହତ୍ୟା କରିଥିଲେ। ପରେ ମୃତଦେହକୁ ଛତିଶଗଡ଼ ସୀମାରେ ପକାଇ ଗାଡ଼ି ଚଢ଼ାଇ ପରିଚୟ ନଷ୍ଟ କରି ଦେଇଥିଲେ।

LEAVE A REPLY

Please enter your comment!
Please enter your name here