ଓଡ଼ିଶାଲାଇଭ୍‌ ବ୍ୟୁରୋ  

କୋରପୁଟ ଜିଲ୍ଲା ଜୟପୁରଠାରେ ବିଦ୍ୟୁତ ରୋଗୁଲେଟାରି କମିସନଙ୍କ ରାଜସ୍ୱ ଆଦାୟ ବୃଦ୍ଧି ଏବଂ ଖାଉଟିଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ବିଦ୍ୟୁତ ଦର ସ୍ଥିର କରିବା ପୂର୍ବରୁ ଲୋକଙ୍କ ବିଜୁଳି ଜନିତ ସସମ୍ୟା ଓ ଅଭିଯୋଗ ଶୁଣିବା ପାଇଁ କମିସନ ପକ୍ଷରୁ ଏହି ଶୁଣାଣିର ଆୟୋଜନ ହୋଇଥିଲା। ଆର୍ଥିକ ବର୍ଷ ୨୦-୨୧ରେ ବିଦ୍ୟୁତ ଦର ସ୍ଥିର କରିବା ପାଇଁ କମିସନ ତରଫରୁ ଶୁଣାଣି ଅନୁଷ୍ଠିତ ହୋଇଥିଲା।

ଏହି ଶୁଣାଣିରେ ଓଇଆରସି ଅଧ୍ୟକ୍ଷ ୟୁଏନ ବେହେରା ସଦସ୍ୟ ଏସକେ ପାରୀ ଏହି ଖାଉଟି ଜନ ଶୁଣାଣିରେ ଉପସ୍ଥିତ ରହିଥିଲେ। ନିୟମ ଅନୁସାରେ ବିଦ୍ୟୁତ ବିତରଣ ସଂସ୍ଥା ୟୁନିଟ ପିଛା ଯେଉଁ ଦର ନେଉଛନ୍ତି ସେହି ଅନୁପାତରେ ଉପଭୋକ୍ତାଙ୍କୁ ସୁବିଧା ସୁଯୋଗ ଯୋଗାଇଦେବା କଥା। କିନ୍ତୁ ସଂସ୍ଥା ସେଥି ପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି।

ଏହାସହ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା ବିଶେଷ କରି ଅଘୋଷିତ ବିଦ୍ୟୁତ କାଟ, ଖୋଲା ରହିଥିବା ଟ୍ରାନ୍ସଫର୍ମର ଜନିତ ବିପଦ ସମ୍ପର୍କରେ ଅବଗତ କରାଯାଇଥିଲା। ଏସବୁ ସମାଧାନ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ବିଜେଡି।

ସେହିପରି କମିଶନଙ୍କ ନିକଟରରେ ଜିଲ୍ଲା କଂଗ୍ରେସ ତରଫରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। କୋରାପୁଟ ଜିଲ୍ଲା ଅଦିବାସୀ ଅଧ୍ୟୁଷିତ ଜିଲ୍ଲା। ତେଣୁ ବିଦ୍ୟୁତ ଦର ନବଢାଇବାକୁ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି। ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନିପତିଙ୍କ ଦସ୍ତଖତରେ ଦାବି ପତ୍ର ପ୍ରଦାନ କରାଯାଇଛି। ଯଦି ଆଗାମୀ ଦିନରେ ବିଦ୍ୟୁତ ଦର ନକମେ ତାହେଲେ ସ୍ଥାନୀୟ ଜନ ସାଧାରଣଙ୍କୁ ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି କଂଗ୍ରେସ।

Comment