ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୋଲିସ କନଷ୍ଟେବଲଙ୍କୁ ମହଙ୍ଗା ପଡ଼ିଲା ମଦ ପିଇ ମାତାଲ ହେବା। କାର୍ଯ୍ୟରତ ଅବସ୍ଥାରେ ମଦ ପିଇ ସାଧାରଣ ଲୋକଙ୍କୁ ଗାଳିଗୁଲଜ କରିବା ଯୋଗୁଁ ତାଙ୍କୁ ପଦରୁ ନିଲମ୍ଵିତ କରାଯାଇଛି। ଏହାସହ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରାଯାଇଛି। ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ହିଙ୍ଗୁଳା ଯାତ୍ରାରେ।

ବଡ଼ସାହି ହିଙ୍ଗୁଳା ମେଳାକୁ ଲୋକମାନଙ୍କୁ ସୁରକ୍ଷା ଦେବାକୁ ନିୟୋଜିତ ହୋଇଥିଲେ ପୋଲିସ କର୍ମଚାରୀ। ହେଲେ ସେହି ଯାତ୍ରାରେ ନିଜେ ନିୟମ ଭାଙ୍ଗିଲେ ପୋଲିସ କନଷ୍ଟେବଲ। କନକ୍ଷ୍ୟବଲ ଜଣକ ହେଉଛନ୍ତି ବାରିପଦା ରିଜର୍ଭରେ କାର୍ଯ୍ୟରତ ମୟୂରଭଞ୍ଜ ଜିଲ୍ଲା ରରୁଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମର ଗଗନ ବିହାରୀ ନାଏକ।

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ଏସ୍‌ପି। ଏସ୍‌ପିଙ୍କ ନିର୍ଦ୍ଦେଶ ଅନୁସାରେ ବଡ଼ସାହି ଥାନା ଅଧିକାରୀ ଜୟନ୍ତ କୁମାର ବେହେରା କାର୍ଯ୍ୟରୁ କନଷ୍ଟେବଲଙ୍କୁ କାର୍ଯ୍ୟରୁ ନିଲମ୍ଵିତ କରିବା ସହ କେସ ନମ୍ବର୨୧/୨୦୨୦ ଆଇପିସି ଧାରା ୩୪୧, ୨୯୪, ୩୬୩, ୫୧୦, ୫୨୬, ୨୯୮, ୩୨୩, ୧୮୩ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଗଗନ ବିହାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

Comment