ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବ୍ରୁଆରି ୧୬ ତାରିଖରେ ନିଜର ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତରେ ଯିବେ। ସେଠାରେ ସେ ନୂଆକରି ଆରମ୍ଭ ହେବାକୁ ଥିବା ମହାକାଳ ଏକ୍ସପ୍ରେସକୁ ଶୁଭାରମ୍ଭ କରିବେ।

ଏଥିସହିତ ମୋଦୀ ତାଙ୍କର ଏହି ଗସ୍ତରେ ମୋଟ୍ ୩୦ ପ୍ରକଳ୍ପର ଉଦଘାଟନ କରିବେ। ମହାକାଳ ଏକ୍ସପ୍ରେସ ସହିତ ମୋଦୀ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ୪୩୦ ଶଯ୍ୟା ବିଶିଷ୍ଟ ଏକ ସୁପର ସ୍ପେଶିଆଲିଷ୍ଟ୍ ହସ୍ପିଟାଲ ଆରମ୍ଭ କରିବେ। ସେହିପରି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୬୩ ଫୁଟ୍ ଏକ ବିଶାଳ ପ୍ରତିମାକୁ ମଧ୍ୟ ଅନାବରଣ କରିବେ।

ମୋଦୀଙ୍କ ଦ୍ୱାରା ଉଦଘାଟିତ ହେବାକୁ ଥିବା ମହାକାଳ ଏକ୍ସପ୍ରେସ ତିନୋଟି ତୀର୍ଥକ୍ଷେତ୍ର ଦେଇ ଯାତ୍ରା କରିବ। ବାରଣାସୀ, ଉଜ୍ଜୟିନୀ ଓ ଆଙ୍କୋରେଶ୍ୱର ଦେଇ ଏହି ଏକ୍ସପ୍ରେସ ଟ୍ରେନ୍ ଯାତ୍ରା କରିବ।

Comment