ଓଡ଼ିଶାଲାଇଭ୍ ବ୍ୟୁରୋ

ବନ୍ଦର ଓ ଅନ୍ତର୍ଦ୍ଦେଶୀୟ ଜଳ ପରିବହନ ନିର୍ଦ୍ଦେଶାଳୟର ବିଭିନ୍ନ ପଦବୀରେ ସମୁଦାୟ ୮ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୨୮ ଯାଏଁ ଆବେଦନ କରିପାରିବେ।

ପଦବୀ:

ପ୍ରିନ୍ସିପାଲ୍‌- କ୍ରିଉ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌- ଚାନ୍ଦବାଲି- ଗୋଟିଏ ପଦବୀ

ଇନ୍‌ଷ୍ଟ୍ରକ୍ଟର- କ୍ରିଉ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌- ଚାନ୍ଦବାଲି- ଗୋଟିଏ ପଦବୀ

ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର୍‌ (ମେକାନିକାଲ) – ମେକାନିକାଲ ଡିଭିଜନ୍‌- କଟକ- ୨ଟି ପଦବୀ

ଆସିଷ୍ଟାଣ୍ଟ ଇଞ୍ଜିନିୟର୍‌ (ମେକାନିକାଲ) – ମେକାନିକାଲ ଡିଭିଜନ୍‌- କଟକ- ଗୋଟିଏ ପଦବୀ

ଜୁନିୟର ଇଞ୍ଜିନିୟର୍‌ (ମେକାନିକାଲ) – ମେକାନିକାଲ ଡିଭିଜନ୍‌ (କଟକ, ବାଲୁଗାଁ, ଚାନ୍ଦବାଲି) – ୩ଟି ପଦବୀ

ଯୋଗ୍ୟତା:

ପ୍ରିନ୍ସିପାଲ୍‌/ ଇନ୍‌ଷ୍ଟ୍ରକ୍ଟର/ ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର୍‌ – ଅବସରପ୍ରାପ୍ତ ଡେପୁଟି ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର୍‌/ ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର୍‌/ ଆସିଷ୍ଟାଣ୍ଟ ଇଞ୍ଜିନିୟର୍‌ (ମେକାନିକାଲ)

ଆସିଷ୍ଟାଣ୍ଟ ଇଞ୍ଜିନିୟର୍‌ (ମେକାନିକାଲ)/ଜୁନିୟର ଇଞ୍ଜିନିୟର୍‌ (ମେକାନିକାଲ) – ଅବସରପ୍ରାପ୍ତ ଆସିଷ୍ଟାଣ୍ଟ ଇଞ୍ଜିନିୟର୍‌ (ମେକାନିକାଲ)/ ଜୁନିୟର ଇଞ୍ଜିନିୟର୍‌ (ମେକାନିକାଲ)

ବୟସ ସୀମା– ୬୪ ବର୍ଷରୁ କମ୍‌ ବୟସ୍କ

ଆବେଦନ ପ୍ରକ୍ରିୟା:

ଆଗ୍ରହୀ ପ୍ରାର୍ଥୀମାନଙ୍କୁ ନିଜର ଆବେଦନପତ୍ର ପୂରଣ କରି ଆବଶ୍ୟକୀୟ ସମସ୍ତ ଡକ୍ୟୁମେଣ୍ଟସ୍‌କୁ ଡାକ ମାଧ୍ୟମରେ ଫେବ୍ରୁଆରି ୨୮ ସୁଦ୍ଧା ନିମ୍ନଲିଖିତ ଠିକଣାରେ ଦାଖଲ କରିବାକୁ ହେବ।

ଦି ଡିରେକ୍ଟୋରେଟ୍‌ ଅଫ୍‌ ପୋର୍ଟସ୍‌ ଆଣ୍ଡ ଆଇଡବ୍ଲୁଟି, ଓଡ଼ିଶା, ଭୁବନେଶ୍ଵର

ଏହି ବିଷୟରେ ଅଧିକ ଜାଣିବା ପାଇଁ portsniwtodisha.gov.in ରେ ଲଗ୍‌ଇନ୍‌ କରନ୍ତୁ।

Comment