ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗାମୀ ଦିନରେ ଏଟିଏମରୁ ଟଙ୍କା ଉଠାଣ ଚାର୍ଜ ବଢ଼ିପାରେ। ଏଟିଏମରୁ ଟଙ୍କା ଉଠାଣ ଚାର୍ଜ  ବୃଦ୍ଧି ପାଇଁ ଏଟିଏମ୍‌ ଅପରେଟର ସଂଘ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଏକ ଚିଠି ଲେଖାଯାଇଛି। ଚିଠିରେ ଇଣ୍ଟରଚେଞ୍ଜ ଫି ବଢ଼ାଇବା ପାଇଁ କୁହାଯାଇଛି। ରିଜର୍ଭ ବ୍ୟାଙ୍କ ଯଦି ସଂଘର ଏହି ପ୍ରସ୍ତାବକୁ ଗ୍ରହଣ କରେ ତେବେ ଏଟିଏମ୍‌ରୁ ଟଙ୍କା ଉଠାଣ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ ଲୋକେ।

ବର୍ତ୍ତମାନ ଏଟିଏମ୍‌ରୁ ଟଙ୍କା ଉଠାଣ ଉପରେ ଇଣ୍ଟରଚେଞ୍ଜ ଫି ପ୍ରତି ଉଠାଣ ପିଛା ୧୫ ଟଙ୍କା ରଖାଯାଇଛି। ଏହି ଚାର୍ଜ ପ୍ରତ୍ୟେକ ଗ୍ରାହକଙ୍କଠାରୁ ମାସିକ ୫ଟି ମାଗଣା ଟଙ୍କା ଉଠାଣ ପରେ ଲାଗୁ କରାଯାଉଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ ଏଟିଏମ୍‌ର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ମାନଦଣ୍ଡ ବଢ଼ାଇ ଦେଇଛି। ଫଳରେ ବ୍ୟାଙ୍କରେ ଏଟିଏମ୍ ମେସିନ୍ ସ୍ଥାପନ ଏବଂ ରକ୍ଷଣାବେକ୍ଷଣ ବାବଦକୁ ଖର୍ଚ୍ଚ ବଢ଼ିଚାଲିଛି। ବର୍ତ୍ତମାନ ଏଟିଏମ୍‌ରୁ ଟଙ୍କା ଉଠାଣ ଉପରେ ଇଣ୍ଟରଚେଞ୍ଜ ଫି ତାହା ଏଟିଏମ୍‌ର ‌ଦୈନନ୍ଦିନ ରକ୍ଷଣାବେକ୍ଷଣ ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ସଂଘ ପକ୍ଷରୁ କୁହାଯାଇଛି।

Comment