ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତ କରି ଆଜି ୩୦ରୁ ଅଧିକ ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିସହିତ ଭାରତର ୩ ତୀର୍ଥ କ୍ଷେତ୍ର ବାରଣାସୀ, ଉଜଙ୍ଗ, ଅଙ୍କୁରେଶ୍ୱରକୁ ଯାଡ଼ୁଥିବା ମହକାଳ ଏକ୍ସପ୍ରେସର ଶୁଭାରମ୍ଭ କରିବେ ମୋଦୀ।

ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ୬୩ ଫୁଟ ଉଚ୍ଚର ପ୍ରତିମୂର୍ତ୍ତିଙ୍କୁ ଉନ୍ମୋଚନ କରିଛନ୍ତି ମୋଦୀ। ଏହାପରେ ମୋଦୀ ଏକ ବିଶାଳ ରାଲିରେ ପ୍ରାୟ ୫୦ ହଜାର ଲୋକଙ୍କୁ ଉଦବୋଧନ ଦେବେ।

ରବିବାର ମୋଦୀ ବାରଣାସୀରେ ପହଞ୍ଚିବା ପରେ ଜାମଓ୍ୱାଡ଼ି ମଠ ପରିଦର୍ଶନ କରିଥିଲେ ମୋଦୀ। ସେଠାରେ ଶ୍ରୀ ଜଗଦଗୁରୁ ବିଶ୍ୱଆରାଧ୍ୟ ଗୁରୁକୁଳ ଶତବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ।

Comment