ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ଅଞ୍ଚଳର ବିକାଶ ପାଇଁ ଅବଢ଼ା ଯୋଜନା ଅଧିନରେ ଏଥର ମୋଟ୍ ୬୯୫ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର। ଏଥିସହିତ ପର୍ଯ୍ୟଟନର ବିକାଶ ପାଇଁ ମଧ୍ୟ ଅର୍ଥମନ୍ତ୍ରୀ ଏଥର ବଜେଟରେ ଗୁରୁତ୍ୱ ଦେଇଛନ୍ତି।

  • ପୁରୀ ଶ୍ରୀମନ୍ଦିର ଅଞ୍ଚଳର ବିକାଶ ପାଇଁ ଅବଢ଼ା ଯୋଜନାରେ ୬୯୫ କୋଟି ଟଙ୍କାର ବ୍ୟୟବରାଦ
  • ଏକାମ୍ର କ୍ଷେତ୍ର ବିକାଶ ପାଇଁ ୧୫୦ କୋଟି ଟଙ୍କାର ବ୍ୟୟବରାଦ କଲେ ଅର୍ଥମନ୍ତ୍ରୀ
  • ପର୍ଯ୍ୟଟନ ବିଭାଗ ପାଇଁ ୪୦୧ କୋଟି ଟଙ୍କାର ବ୍ୟୟବରାଦ
  • ପର୍ଯ୍ୟଟନ ଭିତ୍ତିଭୂମିର ଉନ୍ନୟନ ଓ ପରିଚାଳନା ପାଇଁ ୧୮୭କୋଟି ଟଙ୍କା ଖର୍ଚ୍ଚ ହେବ
  • ଶାମୁକା ପ୍ରକଳ୍ପର ଉନ୍ନତିକରଣ ପାଇଁ ୮୦ କୋଟି ଟଙ୍କାର ବ୍ୟୟବରାଦ
  • ପର୍ଯ୍ୟଟନର ପ୍ରଚାର ପ୍ରସାର କରିବା ପାଇଁ ଖର୍ଚ୍ଚ ହେବ ୬୬ କୋଟି ଟଙ୍କା
  • ଐତିହ୍ୟ କୀର୍ତ୍ତିରାଜି ଓ ପର୍ଯ୍ୟଟନ କେନ୍ଦ୍ରମାନଙ୍କର ବିକାଶ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ
  • ବନାଞ୍ଚଳରେ ଥିବା ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଓ ଆଦ୍ରଭୂମି ଚାରିପାଖରେ ଥିବା ଇକୋ-ଟୁରିଜିମ୍ କେନ୍ଦ୍ରମାନଙ୍କର ପ୍ରତିଷ୍ଠା ଓ ରକ୍ଷଣାବେକ୍ଷଣା ପାଇଁ ୨୫କୋଟି ଟଙ୍କାର ବ୍ୟୟବରାଦ
  • ବରିଷ୍ଠ ନାଗରିକମାନଙ୍କ ତୀର୍ଥଯାତ୍ରା ପାଇଁ ଖର୍ଚ୍ଚ ହେବ ୬ କୋଟି ଟଙ୍କା

Comment