ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ସହରାଞ୍ଚଳ ଉନ୍ନୟନ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଅର୍ଥମନ୍ତ୍ରୀ ମଙ୍ଗଳବାର ରାଜ୍ୟ ବଜେଟରେ ୬ ହଜାର ୧୮୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।

  • ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ଉନ୍ନତି ଯୋଜନାରେ ୩୫୧କୋଟି ବ୍ୟୟବରାଦ
  • ବସୁଧା ଯୋଜନାରେ ସହରାଞ୍ଚଳରେ ଜଳ ଯୋଗାଣ ପାଇଁ ୨୩୬ କୋଟି ଟଙ୍କା ବ୍ୟୟବରାଦ
  • JICA ସହାୟତାରେ ଓଡ଼ିଶା ସମନ୍ନିତ ପରିମଳ ଉନ୍ନୟନ ପ୍ରକଳ୍ପ ପାଇଁ ୩ ଶହ କୋଟି ଟଙ୍କା
  • ଭୁବନେଶ୍ୱର ଏବଂ କଟକରେ ‘ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠି’ ପାଇଁ ୧୨୦ କୋଟି ଟଙ୍କା ବ୍ୟୟବରାଦ
  • ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ୫୧୮ କୋଟି ଟଙ୍କା ବ୍ୟୟବରାଦ
  • ସ୍ୱଚ୍ଛ ଭାରତ ମିଶନର ସହରାଞ୍ଚଳ ଉପାଦନ ଲାଗି ୩ ଶହ କୋଟି ଟଙ୍କାର ବ୍ୟୟବରାଦ
  • ଜାତୀୟ ସହରାଞ୍ଚଳ ଜୀବିକା ମିଶନ ପାଇଁ ୫୫ କୋଟି ଟଙ୍କାର ବ୍ୟୟବରାଦ
  • ଭୁବନେଶ୍ୱର ଓ ରାଉରକେଲାର ସ୍ମାର୍ଟ ସିଟିର ଉନ୍ନତି ପାଇଁ ସ୍ମାର୍ଟ ସିଟି ମିଶନରେ ୨ ଶହ କୋଟି ଟଙ୍କାର ବ୍ୟୟବରାଦ
  • ଜାଗା ମିଶନ ଅଧିନରେ ୨ ହଜାର ୯୧୯ ବସ୍ତିକୁ ବସବାସ ଉପଯୋଗୀ କରିବା ପାଇଁ ଏବଂ ଆବଶ୍ୟକୀୟ ଭିତ୍ତିଭୂମି, ସେବା ତଥା ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବା ପାଇଁ ଶହେ କୋଟି ଟଙ୍କାର ବ୍ୟୟବରାଦ

Comment